Latest Odisha News

୫ ବର୍ଷ ଝିଅ ଅନଲାଇନରେ ମଗାଇଲା ଖେଳଣା; ମା’ଙ୍କ ଆକାଉଣ୍ଟରୁ ଚାଲିଗଲା ଅଢେଇ ଲକ୍ଷ

ରାୟପୁର: ୫ ବର୍ଷର କୁନି ଝିଅଟି ଦେଖୁଥିଲା ଘରେ ସମସ୍ତେ ଅନଲାଇନରେ ଅର୍ଡର କରୁଥିଲେ । ସେ ବି କରିଲା । ମନ ପସନ୍ଦର ଖେଳଣା ମଗାଇ ଚାଲିଥିଲା । ଯେତେ ଦେଖୁଥିଲା ଲୋଭ ବଢୁଥିଲା  । ଶେଷରେ ଏତେ ଖେଳଣା ମଗାଇଥିଲା ଯେ, ତାକୁ ଦେଖି ବାପା-ମା’ଙ୍କର ହୋଶ ଉଡିଗଲା ।

BjdElectrycity

ଛୋଟ ପିଲାଟିର ଏହି ଖେଳଣା ସଉକ ସମସ୍ତଙ୍କୁ ନାକେଦମ କରିଦେଇଛି । ଘଟଣାଟି ଆମେରିକାର । ଆମେରିକାର ଏଇ ଛୋଟ ପିଲାଟି ଅଢେଇ ଲକ୍ଷ ଟଙ୍କାର ଖେଳଣା ଅର୍ଡର କରିଦେଇଛି । ଏହି ଅର୍ଡରେ ତାର କିଛି ଜୋତା ବି ରହିଛି ।

ଆମେରିକା ମିଡିଆ ରିପୋର୍ଟ ଅନୁସାରେ, ଆମେରିକା ମାସାଚ୍ୟୁଟେସର ଏହି ୫ ବର୍ଷର ଝିଅଟି ଗତ ମାସରେ ଏହି ଅର୍ଡର କରିଥିଲା । ସେ ତାଙ୍କ ମା’ଙ୍କ ମୋବାଇଲ ଫୋନ ବ୍ୟବହାର କରୁଥିଲା । ଏହି ଫୋନରୁ ଖେଳଣା ମଗାଇଥିଲା ।  ଏହି ଖେଳଣା ପାଇଁ ସେ ଟଙ୍କା ବି ପେମେଣ୍ଟ କରିଦେଇଛି । ସେ  ମା’ଙ୍କ ଆକାଉଣ୍ଟରେ ୩ ହଜାର ଡଲାର ଅର୍ଥାତ ୨.୪୭ ଲକ୍ଷ ଟଙ୍କା ଦେଇ ଏହି ସବୁ ଖେଳଣା ପକାଇଥିଲା । ମା’ ଯେତେବେଳେ ନିଜର ଆମାଜନ ହିଷ୍ଟ୍ରି ଦେଖିଲେ ସେତେବେଳେ ଜାଣିଲେ ଯେ ଏତେ ଟଙ୍କାର ଅର୍ଡର ହୋଇଛି ବୋଲିସ । ଏହି ଅର୍ଡରରେ ଅଛି ୧୦ଟି ଖେଳଣା ମୋଟର ସାଇକେଲ, ଗୋଟିଏ ଜିପ, ୧୦ ଯୋଡା କାଉଗର୍ଲ ବୁଟ ।

ମା’ ଯେତେବେଳେ ଜାଣିଲେ ତାଙ୍କର ଝିଅ ଏପରି ଅର୍ଡର କରିଦେଇଛି ସେ ତୁରନ୍ତ କମ୍ପାନୀକୁ ଫୋନ କରି ଅଧା ଅର୍ଡର ବାତିଲ କରି ଦେଇଥିଲେ । ହେଲେ ବାକି ଅଧା ଅର୍ଡର କ୍ୟାନ୍ସଲ ହୋଇ ପାରି  ନ ଥିଲା ।

Leave A Reply

Your email address will not be published.