Latest Odisha News

କଟକ ରେଲୱେ ଷ୍ଟେସନରେ ଆତଙ୍କବାଦୀ ନିପାତର ଡେମୋ

କଟକ : ବନ୍ଧୁକ ଧରି ରେଳଷ୍ଟେସନ ପରିସରରେ ସଜାଗ୍ ଅଛନ୍ତି ଯବାନ । ଆତଙ୍କବାଦୀଙ୍କୁ ମାତ୍ ଦେବା ପାଇଁ ଏମାନଙ୍କ ପ୍ରତିଟି ମୂହୁର୍ତ୍ତ ହୋଇପଡିଛି ଗୁରୁତ୍ୱପୂର୍ଣ୍ଣ । ଯାତ୍ରୀଙ୍କୁ ଆତଙ୍କବାଦୀଙ୍କ କବଳରୁ ରକ୍ଷା କରିବା ପାଇଁ ତୀକ୍ଷ୍ଣ ନଜର ରଖିଛି ପୋଲିସ ବା ଓସଓଜିର ଯବାନ ମାନେ । କଟକ ରେଳଷ୍ଟସନ ପ୍ଲାଟଫର୍ମ ପରିସରରେ ଆଜି ଆତଙ୍କବାଦୀ ହମଲା ଉପରେ ମକଡ୍ରିଲ କରାଯାଇଥିଲା ।

ସୁରକ୍ଷା କର୍ମୀମାନେ କିଭଳି ଆତଙ୍କବାଦୀଙ୍କ ସାମ୍ନା କରିବେ ,ଯାତ୍ରୀଙ୍କୁ କିଭଳି ସୁରକ୍ଷା ଦେଇପାରିବେ ସେସବୁ ଉପରେ ମକଡ୍ରିଲ୍ କରାଯାଇଥିଲା । କଟକ ଡିସିପି ପ୍ରତୀକ ସିଂ, ,ସିଆରପିଏଫ୍ ଅଧିକାରୀ ପ୍ରମୁଖ ରହି ଏହି ମକଡ୍ରିଲ କାର୍ଯ୍ୟ ତଦାରଖ କରିଥିଲେ ।ରେଳଷ୍ଟେସନର ୪ ଏମ୍ବ ୫ ନମ୍ବର ପ୍ଲାଟ ଫର୍ମରେ ଚାଲିଥିଲା ମକଡ୍ରିଲ । ଏହି ସମୟରେ ଉଭୟ ପ୍ଲାଟଫର୍ମରେ ଯାତ୍ରା ଉପରେ କଟକଣା କରାଯାଇଥିଲା ।

ଆଉ ଅନ୍ୟପ୍ଲାଟ ଫର୍ମରେ ଯାତ୍ରୀମାନେ ଉପସ୍ଥିତ ରହି ପୋଲିସ ବାହିନୀର ମକଡ୍ରିଲକୁ ଦେଖି ଶିକ୍ଷାଲାଭ କରିଥିଲେ । ସେପଟେ ପୋଲିସ ବାହୀନିର ଏଭଳି ପ୍ରୟାସ ଯାତ୍ରୀମାନେ ପ୍ରଂସଶା କରିଛନ୍ତି । ଆଜି ରେଳ ଷ୍ଟେସନ ପରିସରରେ ମକଡ୍ରିଲ କରାଯାଇଥିବା ବେଳେ ,ଆଗକୁ ଏଭଳି ପ୍ରୟାସ ଜାରି ରଖିଲେ ଜନସାଧାରଣ ସଚେତନ ରହିବେ ବୋଲି ଯାତ୍ରୀ କହିଛନ୍ତି ।

Leave A Reply

Your email address will not be published.