Latest Odisha News

BREAKING NEWS

Messi’s ‘Messy’ Event: କୋଲକାତା ଷ୍ଟାଡିୟମରେ ଭଙ୍ଗାରୁଜା ଘଟଣାରେ ମୁଖ୍ୟ ଆୟୋଜକ ବନ୍ଧା… 

କୋଲକାତା: ଶନିବାର ଅପରାହ୍ନରେ ସଲ୍ଟ ଲେକ୍ ଷ୍ଟାଡିୟମରେ କିମ୍ବଦନ୍ତୀ ଫୁଟବଲର ଲିଓନେଲ ମେସିଙ୍କୁ ଦେଖିବା ପାଇଁ ଲୋକମାନେ ୧୪୦୦୦ ଟଙ୍କା ଦେଇ ଟିକେଟ୍ କିଣିଥିଲେ। କିନ୍ତୁ ମେସି ପଡ଼ିଆରେ ପ୍ରବେଶ କରିବା ମାତ୍ରେ ଅନେକ ରାଜନେତା, ଅଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଘେରି ଯାଇଥିଲେ।ଯାହାଫଳରେ ଦୂର ଗ୍ୟାଲେରୀରେ ଥିବା ଦର୍ଶକମାନେ କିଛି ମଧ୍ୟ ଦେଖିପାରିନଥିଲେ। ଫଳରେ ରାଗିଯାଇ ଲୋକମାନେ ଅଧିକାରୀମାନଙ୍କୁ ଗାଳିଗୁଲଜ କରିବା ସହ  ଚେୟାର ଏବଂ ବୋତଲ ଫିଙ୍ଗିବା ଆରମ୍ଭ କରିଦେଇଥିଲେ।

ଯାହାଫଳରେ ପୋଲିସକୁ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପଡ଼ିଥିଲା। ପରିସ୍ଥିତିକୁ ନଜରରେ ରଖି ସୁରକ୍ଷା କର୍ମୀମାନେ ମେସିଙ୍କୁ ତୁରନ୍ତ ବାହାରକୁ ନେଇଯାଇଥିଲେ।ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରି ମେସିଙ୍କୁ କ୍ଷମା ମାଗିବା ସହ ଏଥିପାଇଁ ଏକ ତଦନ୍ତ କମିଟି ଗଠନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ଏଥିସହିତ ପ୍ରଶଂସକମାନଙ୍କୁ ସେମାନଙ୍କ ଟିକେଟ୍ ଟଙ୍କା ଫେରସ୍ତ କରାଯିବା ନେଇ ମଧ୍ୟ ଲିଖିତ ପ୍ରତିଶ୍ରୁତି ଦିଆଯାଇଛି।

ତେବେ ମେସି ଷ୍ଟାଡିୟମ ଚାରିପାଖରେ ସମ୍ମାନର ଏକ ଲ୍ୟାପ୍ ଆରମ୍ଭ କରିଥିଲେ, କିନ୍ତୁ ଭିଡ଼ ଏତେ ମାତ୍ରରେ ଥିଲା ଯେ  ସେ ଏକ ସମ୍ପୂର୍ଣ୍ଣ ଲ୍ୟାପ୍ ପୂରଣ କରିପାରି ନଥିଲେ। ମାତ୍ର ୨୦-୨୨ ମିନିଟ୍ ମଧ୍ୟରେ ହିଁ ତାଙ୍କୁ ବାହାରକୁ ନିଆଯାଇଥିଲା। ଏହି ଘଟଣା ପାଇଁ କୋଲକାତା ପୋଲିସ “GOAT India Tour 2025″ର ମୁଖ୍ୟ ପ୍ରମୋଟର ସତଦ୍ରୁ ଦତ୍ତଙ୍କୁ ଅଟକ ରଖିଛି।

ତେବେ ଗିରଫ ହେବା ସମୟରେ ସେ ହାଇଦ୍ରାବାଦ ଯିବା ପାଇଁ ବିମାନବନ୍ଦରରେ ଥିଲେ। ଭୁଲ ପରିଚାଳନା ଏବଂ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସତଦ୍ରୁଙ୍କୁ ରବିବାର ବିଧାନନଗର କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିବା ସହ ତାଙ୍କୁ ୧୪ ଦିନିଆ ରିମାଣ୍ଡରେ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି। ତାଙ୍କ ବିରୁଦ୍ଧରେ ବିଭିନ୍ନ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି।

 

Comments are closed.