Latest Odisha News

BREAKING NEWS

ଡିସେମ୍ବର ଗାଇଡଲାଇନ୍: ନାଇଟ୍ କର୍ଫ୍ୟୁ ପାଇଁ ରାଜ୍ୟକୁ କ୍ଷମତା, ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ ସିନେମା ହଲ

ନୂଆଦିଲ୍ଲୀ: ଡିସେମ୍ବର ପାଇଁ ଜାରି ହେଲା ଗାଇଡଲାଇନ୍ । ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ମିଳିଛି । ୫୦ ପ୍ରତିଶତ କ୍ଷମତା ସହ ସିନେମା ହଲ ଓ ଥିଏଟର ଖୋଲିପାରିବ । ଖେଳାଳିମାନଙ୍କ ଟ୍ରେନିଂ ପାଇଁ ସୁଇମିଂ ପୁଲି ଖୋଲିବାକୁ ଅନୁମତି ଦିଆଯାଇଛି । ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରଦର୍ଶନୀ ଖୋଲାଯାଇପାରିବ । ସେହିପରି ନାଇଟ କର୍ଫ୍ୟୁ ପାଇଁ ରାଜ୍ୟମାନଙ୍କୁ କ୍ଷମତା ମିଳିଛି । କିନ୍ତୁ ଲକଡାଉନ୍ ଲାଗୁ କରିବା ପାଇଁ କେନ୍ଦ୍ରର ଅନୁମତି ନେବାକୁ ପଡ଼ିବ ।

କଣ୍ଟେନମଣ୍ଟେ ଗାଇଡଲାଇନ୍ କଡାକଡି କରିବା ପାଇଁ ପରାମର୍ଶ ଦିଆଯାଇଛି । କଣ୍ଟେନମେଣ୍ଟ ଜୋନରେ କେବଳ ଅତି ଜରୁରୀ କାର୍ଯ୍ୟକୁ ଅନୁମତି ମିଳିବ । ଏଣିକି କଣ୍ଟେନମେଣ୍ଟ ଜୋନରେ ଘରକୁ ଘର ବୁଲି ସର୍ଭେଲାନ୍ସ କରାଯିବ । ପ୍ରୋଟୋକଲ ଅନୁସାରେ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂକୁ ଅଧିକ ଗୁରୁତ୍ବ ଦିଆଯିବ । କଣ୍ଟେନମେଣ୍ଟ ଜୋନର ତାଲିକା ଜିଲ୍ଲାପାଳ ଓ ସମ୍ବନ୍ଧିତ ରାଜ୍ୟର ୱେବସାଇଟରେ ପ୍ରକାଶ କରିବାକୁ ପଡ଼ିବ ।

କୌଣସି ପ୍ରକାର କାର୍ଯ୍ୟକ୍ରମ ସେ ଧାର୍ମିକ ହେଉ କି ସାମାଜିକ କି ମନୋରଞ୍ଜ ସବୁଥିରେ ୨୦୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ । ରାଜ୍ୟ ଚାହିଁଲେ ଏହି ସଂଖ୍ୟା ୧୦୦ କିମ୍ବା ତାଠାରୁ ବି କମ୍ କରିପାରିବେ । ସାମାଜିକ ଦୂରତା ରଖିବାକୁ ଅଫିସ୍ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ଥିଲେ ଅଫିସ ସମୟ ନିର୍ଘଣ୍ଟ ବଦଳିବ ।

Leave A Reply

Your email address will not be published.