କୋରାପୁଟ: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ଯୋଗାଣ ସାହାୟିକା (ଏମଆଇ) । କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକରେ କାର୍ଯ୍ୟ କରୁଥିବା ଜଣେ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ଦରମା କରିବା ପାଇଁ ଲାଞ୍ଚ ନେଉଥିଲେ ଏମଆଇମମତା ବେହେରା ।
ଖବର ମୁତାବକ, ଦଶମନ୍ତପୁର ବ୍ଲକରେ କାର୍ଯ୍ୟ କରୁଥିବା ଜଣେ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ମାସିକ ପାରିଶ୍ରମିକ ଓ ୟୁସି ପ୍ରମାଣ ପତ୍ର କରିବା ପାଇଁ ବ୍ଲକର ଯୋଗାଣ ସାହାୟିକା ମମତା ବେହେରା ତାଙ୍କୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଉକ୍ତ କର୍ମଚାରୀ ଜଣକ ଭିଜିଲାନ୍ସ ବିଭାଗଗରେ ଜଣାଇଥିଲେ ।
ମମତା ବେହେରା ଆରଡ଼ି କାର୍ଯ୍ୟାଳୟ ସାମ୍ନାରେ ଟଙ୍କା ନେଉଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ଟିମ୍ ଲାଞ୍ଚ ଟଙ୍କା ସହ ମମତାଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି । ଏଥିନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ଦଶମନ୍ତପୁର କାର୍ଯ୍ୟାଳୟ, ବ୍ରହ୍ମପୁର ସ୍ଥିତ ଘର ଏବଂ ଅଂକୁଲି ଛକରେ ଶ୍ରୀହରି ନଗରଠାରେ ଥିବା ଘର ସମେତ ପୂଜାରୀପୁଟ ସ୍ଥିତ ଭଡାଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ରହିଛି ।