ଶାରଜା: ଚଳିତ ଆଇପିଏଲର ଆଜି ଏକ ହାଇଭୋଲଟେଜ୍ ମୁକାବିଲାରେ ସାମ୍ନାସାମ୍ନା ହେଉଛନ୍ତି ଚେନ୍ନାଇ ସୁପର୍ କିଙ୍ଗସ୍ ଓ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ । ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଏହି ମ୍ୟାଚରେ ମୁମ୍ବାଇ କ୍ୟାପଟେନ୍ ରୋହିତ୍ ଶର୍ମା ଖେଳିବେନି । ରୋହିତଙ୍କ ଅନୁପସ୍ଥିତିରେ କାଇରନ୍ ପୋଲାର୍ଡ ଟିମର କ୍ୟାପଟେନ୍ ଭାର ସମ୍ଭାଳୁଛନ୍ତି । ମୁମ୍ବାଇ ଟିମରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଆହତ ରୋହିତଙ୍କ ସ୍ଥାନରେ ସୌରଭ ତିୱାରୀ ସ୍ଥାନ ପାଇଛନ୍ତି ।
ସେହିପରି ଚେନ୍ନାଇ ଟିମରେ ତିନୋଟି ପରିବର୍ତ୍ତନ କରାଯାଇଛି । ଶେନ୍ ୱାଟସନ୍, ପୀୟୂଷ ଚାୱଲା ଓ କେଦାର ଯାଦବ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଛନ୍ତି । ସେମାନେ ସ୍ଥାନରେ ଇମ୍ରାନ୍ ତାହିର୍, ଋତୁରାଜ ଗାଏକ୍ୱାଡ୍ ଓ ଜଗଦୀଶାନ୍ ସୁଯୋଗ ପାଇଛନ୍ତି । ଚେନ୍ନାଇ ୧୦ ମ୍ୟାଚରୁ ୩ ବିଜୟ ଓ ୭ ପରାଜୟ ସହ ପଏଣ୍ଟ ଟେବୁଲର ଅନ୍ତିମ ସ୍ଥାନରେ ରହିଛି । ସେହିପରି ମୁମ୍ବାଇ ୯ ମ୍ୟାଚରୁ ୬ ବିଜୟ ଓ ୩ ପରାଜୟ ସହ ତୃତୀୟ ସ୍ଥାନରେ ରହିଛି । ଆଜିର ମ୍ୟାଚ୍ ଜିତି ମୁମ୍ବାଇ ଉପରକୁ ଉଠିବାକୁ ପ୍ରୟାସ କରିବ ।
Comments are closed.