Latest Odisha News

BREAKING NEWS

୨.୫ କୋଟି ଟଙ୍କାରେ ନିଲାମ ହେଲା ମାଇକେଲ ଜ୍ୟାକସନଙ୍କ ପେପସି ବିଜ୍ଞାପନ ଜ୍ୟାକେଟ୍

ନୂଆଦିଲ୍ଲୀ :  ପ୍ରଖ୍ୟାତ ପପ୍‌ଷ୍ଟାର୍‌ ମାଇକେଲ୍‌ ଜ୍ୟାକ୍‌ସନ୍‌ ପିନ୍ଧୁଥିବା ଜ୍ୟାକେଟ୍ କୁ ୨.୫ କୋଟି ଟଙ୍କାରେ ନିଲାମ କରାଯାଇଛି  । ପ୍ରାୟ ୪୦ ବର୍ଷ ତଳେ ୧୯୮୪ ମସିହାରେ ‘ପେପ୍‌ସି’ର ଏକ ବିଜ୍ଞାପନରେ ଏହି କଳା ଧଳା ଜ୍ୟାକେଟ୍ ପିନ୍ଧିଥିଲେ ଜ୍ୟାକ୍‌ସନ୍‌  । ଏହି ଜ୍ୟାକେଟ୍ କିଣିବାକୁ ବହୁ ପ୍ରଶଂସକ ଏକାଠି ହୋଇଥିଲେ ।

୧୯୮୪ରେ ଜ୍ୟାକ୍‌ସନ୍‌ ପେପ୍‌ସିର ବିଜ୍ଞାପନ ସୁଟିଙ୍ଗ୍‌ କରୁଥିବା ବେଳେ ତାଙ୍କ କେଶରେ ନିଆଁ ଲାଗିଯାଇଥିଲା। ଏଥିରେ ଜ୍ୟାକ୍‌ସନ୍‌ ସାଙ୍ଘାତିକ ଆହତ ହୋଇଥିଲେ। କିନ୍ତୁ ସେତେବେଳେ ସେ ଆଉ ଗୋଟାଏ  ଜ୍ୟାକେଟ୍‌ ପିନ୍ଧିଥିଲେ। ତାକୁ ଆଜି ଅଢେଇ କୋଟି ଟଙ୍କାରେ ବିକ୍ରି କରାଯାଇଥିବା ବିବିସି ରିପୋର୍ଟ ରେ ଉଲ୍ଲେଖ କରାଯାଇଛି । ୨୦୦୯ ମସିହାରେ ହୃଦ୍‌ଘାତ ଯୋଗୁଁ ମାଇକେଲ୍‌ ଜ୍ୟାକ୍‌ସନଙ୍କର ମୃତ୍ୟୁ ଘଟିଥିଲା ।

Comments are closed.