Latest Odisha News

ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରାକ ଆଲୋଚନା ଅନୁଷ୍ଠିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଖୋର୍ଦ୍ଧାରେ ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବା ପରିପ୍ରେକ୍ଷୀରେ, ଆଗାମୀ ଦିନକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଂଶୀଦାରମାନଙ୍କ ସହ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ, ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ଓଡିଶା ରାଜ୍ୟ ସଂଗ୍ରାହଳୟ ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ ଓ ପାଇକ ସଙ୍ଗଠନରେ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ଉକ୍ତ ଏକାଡେମୀ ଓ ଗବେଷଣା କେନ୍ଦ୍ରକୁ ଅତ୍ୟନ୍ତ ପ୍ରାସଙ୍ଗିକ ଓ ଚିରସ୍ଥାୟୀ କରିବା ନିମନ୍ତେ ବିଭିନ୍ନ ଜିଲାରେ ଗଢି ଉଠିଥିବା ପାଇକ ସଙ୍ଗଠନ ଗୁଡିକର ଗଠନ ମୂଳକ ମତାମତ ଗ୍ରହଣ କରାଯିବା ସହ ୫-ଟି ଉପକ୍ରମ ମାଧ୍ୟମରେ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳତା ନିମନ୍ତେ ଜନସାଧାରଣଙ୍କଠାରୁ ମତାମତ ନେଇ ଏହାକୁ ସଫଳ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯଉଛି ।

Leave A Reply

Your email address will not be published.