ନ୍ୟୁୟର୍କ:ପପ୍ ଷ୍ଟାର ମାଇକେଲ ଜ୍ୟାକସନଙ୍କ ଏକ ସିକ୍ରେଟ ଡାଏରୀ ଏବେ ଚର୍ଚ୍ଚାର କାରଣ ସାଜିଛି । ଉକ୍ତ ଡାଏରୀରେ ସେ ତାଙ୍କୁ ହତ୍ୟା କରାଯିବା ନେଇ ଆଶଙ୍କା ବ୍ୟକ୍ତ କରିଥିଲେ । ଅଷ୍ଟ୍ରେଲିଆର ପ୍ରତିଷ୍ଠିତ ସାମ୍ବାଦିକ ହାଏଲନ ହାୱାର୍ଡ ଆନ ଅନପ୍ରେସିଡେଂଟେଡ ଇନଭେଷ୍ଟିଗେଶନ ଇନଟୁ ଦି ମାଇକେଲ ଜ୍ୟାକସନ କଭର ଅପରେ ଏହା ଉଲ୍ଲେଖ କରିଛନ୍ତି । ୨୫ ଜୁନ ୨୦୦୯ରେ ଜ୍ୟାକସନଙ୍କ ମୃତ ଦେହ ତାଙ୍କୁ ଘରୁ ଉଦ୍ଧାର କରାଯାଇଥିଲେ । ୫୦ ବର୍ଷୀୟ ଜ୍ୟାକସନଙ୍କ ମେଡିକାଲ ରିପୋର୍ଟ ଭିନ୍ନ ଭିନ୍ନ ଆସିବାରୁ ସନ୍ଦେହ ଉପୁଜିଥିଲା । ଅତ୍ୟଧିକ ଔଷଧ ସେବନ କରିଥିବାରୁ ମୃତ୍ୟୁ ଘଟିଥିବା ଗୋଟିଏ ରିପୋର୍ଟରେ ପ୍ରକାଶ ପାଇଥିବା ବେଳେ ଆଉ କେତେକ ରିପୋର୍ଟରେ ହାର୍ଟଆଟାକ ଯୋଗୁ ଏହା ଘଟିଥିବା ଉଲ୍ଲେଖ କରାଯାଇଥିଲା ।
ସିକ୍ରେଟ ଡାଏରୀରେ ଜ୍ୟାକସନ ନିଜକୁ ପୁନଃ ମାର୍କେଟରେ ପ୍ରତିଷ୍ଠିତ କରିବା ପାଇଁ ଯୋଜନା ଆରମ୍ଭ କରିଥିଲେ । ଏହା ଦ୍ୱାରା ସେ ତାଙ୍କ କରଜ ଶୁଝିବେ ବୋଲି ଅନ୍ତିମ ପ୍ରୟାସ କରିଥାନ୍ତେ । ପ୍ରତି ସପ୍ତାହରେ ଜ୍ୟାକସନ ୯୭ କୋଟି ଟଙ୍କା ଆୟ କରୁଥିଲେ । ୨୦,୦୦୦ ଲିଗ୍ସ ଅଣ୍ଡର ଦି ସି ଓ ଦି ସେଭେନ୍ଥ ବୟଜ ଅଫ ସିନ୍ଦବାଦ ଭଳି କ୍ଲାସିକ ଫିଲ୍ମର ରିମେକ୍ କରିବା ପାଇଁ ଯୋଜନା କରୁଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସମ୍ପତି ନିଜ ହାତକୁ ଆଣିବା, ବିଶ୍ୱରେ ଏକ ନମ୍ବର ହେବା ଓ ଅମର ରହିବା ଜ୍ୟାକସନଙ୍କ ସ୍ୱପ୍ନ ଥିଲା ବୋଲି ସେ ଡାଏରୀରେ ଉଲ୍ଲେଖ କରିଥିଲେ ।
BREAKING NEWS
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
- ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ
- ବଡ଼ ଘୋଷଣା-ବଡ଼ ପ୍ରଚାର, ଦାୟିତ୍ୱ ଶୂନ୍ୟ: ସରକାରଙ୍କୁ ରାହୁଲଙ୍କ ସମାଲୋଚନା
Comments are closed.