Latest Odisha News

BREAKING NEWS

ବିବାହ ପରେ ଆଦିତ୍ୟ କିଣିଲେ ସ୍ବପ୍ନର ଘର

ମୁମ୍ବାଇ: ନିକଟରେ ବିବାହ କରିଛନ୍ତି ସିଙ୍ଗର ତଥା ହୋଷ୍ଟ ଆଦିତ୍ୟ ନାରାୟଣ । ବିବାହ ପରେ ସେ ତାଙ୍କ ସ୍ବପ୍ନ ପୂରଣ କରିବାରେ ଲାଗିପଡ଼ିଛନ୍ତି । ଶ୍ବେତାଙ୍କୁ ବିବାହ କରିବା ପରେ ଆଦିତ୍ୟ ନିଜ ସ୍ବପ୍ନର ଘର କିଣିଛନ୍ତି । ୫ଟି ବେଡରୁମ୍ ଥିବା ଏହି ଆଲିଶାନ୍ ଫ୍ଲାଟକୁ ଆଦିତ୍ୟ କିଛି ଦିନ ମଧ୍ୟରେ ସିଫ୍ଟ ହେବେ ।

ଆଦିତ୍ୟ ଏହି ଆପାର୍ଟମେଣ୍ଟ ଅନ୍ଧେରୀରେ କିଣିଛନ୍ତି । ଏହି ଘର ବାପା ଉଦିତ୍ ନାରାୟଣଙ୍କ ଘର ନିକଟରେ ରହିଛି । ଉଦିତ୍ ନାରାୟଣଙ୍କ ବିଲିଡିଂର କିଛି ଘର ପରେ ଆଦିତ୍ୟ ନିଜର ଘର କିଣିଛନ୍ତି । ବାପାଙ୍କ ପାଖରେ ରହୁଥିବାରୁ ବେଶ୍ ଖୁସି ଅଛନ୍ତି ଆଦିତ୍ୟ । ଏକ ଇଣ୍ଟରଭ୍ୟୁରେ ଆଦିତ୍ୟ କହିଛନ୍ତି ଯେ ସେ ୫ ବେଡରୁମ୍ ବିଶିଷ୍ଟ ଏହି ଫ୍ଲାଟ କିଣିଛନ୍ତି । ତିନି ଚାରି ମାସ ଭିତରେ ସେ ସେହି ବିଲଡିଂକୁ ସିଫ୍ଟ କରିଯିବେ ।

ଆଦିତ୍ୟ କହିଛନ୍ତି ସେ ଫ୍ଲାଟ କିଣିବା ପାଇଁ କିଛି ଦିନ ହେବ ସେଭିଂ କରୁଥିଲେ । ଆଦିତ୍ୟଙ୍କ କହିବା ଅନୁସାରେ ଲକଡାଉନ୍ ପୂର୍ବରୁ ସେ ଘର କିଣି ଦେଇଥିଲେ। ଗତ ୧ ତାରିଖରେ ଶ୍ବେତାଙ୍କୁ ବିବାହ କରିଛନ୍ତି ଆଦିତ୍ୟ ନାରାୟଣ । କରୋନା କଟକଣା ଯୋଗୁ କେବଳ ପରିବାର ଲୋକ ବିବାହ ଉତ୍ସବରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.