Latest Odisha News

ଝାରସୁଗୁଡ଼ା ଜିଲ୍ଲାର ୧୨ଟି ସ୍ଥାନ, କଳାହାଣ୍ଡିର ଗୋଟିଏ ଗାଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍

ଝାରସୁଗୁଡ଼ା/କଳାହାଣ୍ଡି: କରୋନା ସଂକ୍ରମଣ ବଢ଼ିବା ପରେ ଝାରସୁଗୁଡ଼ା ଜିଲ୍ଲାର ୧୨ଟି ସ୍ଥାନ ଓ କଳାହାଣ୍ଡିର ଗୋଟିଏ ଗାଁକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଝାରସୁଗୁଡ଼ା ପୌରାଞ୍ଚଳର ୮ଟି ସ୍ଥାନ ସହ ବେହେରାମାଳ, ସରବାହାଲ, ଝଣ୍ଡା ଛକ, ବମ୍ବେ ଛକ, ସରବାହାଲ ୧, ରେଲୱେ କଲୋନି, କବ୍ରିସ୍ତାନ ପଡ଼ା ଏବଂ ରେଲୱେ କଲୋନି ୧କୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

କିରାମିରା ବ୍ଲକର ୩ଟି ସ୍ଥାନ ଯଥା- ମାଲୁଅପଡ଼ା, କୁତ୍ରାଚୁଆଁ ଓ ନକ୍ସାପାଲି ସହ ଲକ୍ଷଣପୁର ବ୍ଲକର ପିପଲିମାଲକୁ ମିନି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ । ଛତିଶଗଡ଼ରେ ବଢ଼ୁଥିବା ସଂକ୍ରମଣକୁ ଦେଖି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସୀମାନ୍ତରେ ଚେକିଂକୁ କଡ଼ାକଡ଼ି କରିଛି ।

ସେହିଭଳି କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ବ୍ରହ୍ମଛେଣ୍ଡିଆ ପଞ୍ଚାୟତର ଚିଲଚିଆ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଏଥିସହ ନିକଟରେ ଥିବା ଥନାତ ଗାଁକୁ ବଫର ଜୋନ୍ ଘୋଷଣା କରାଯାଇଛି ।

Leave A Reply

Your email address will not be published.