Latest Odisha News

BREAKING NEWS

ଲଗାତାର ତୃତୀୟ ଦିନ ପାଇଁ ରାଜ୍ୟରେ ୪୦୦ ଉପରେ ସଂକ୍ରମଣ, ସୁନ୍ଦରଗଡ଼ରୁ ସର୍ବାଧିକ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଥମୁନି କରୋନା ସଂକ୍ରମଣ । ଲଗାତାର ତିନିଦିନ ଧରି ରାଜ୍ୟରେ ୪ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୭ ଜିଲ୍ଲାରୁ ୪୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ଚଳିତବର୍ଷର ସବୁଠୁ ରେକର୍ଡ ସଂକ୍ରମଣ ।

ଗତ ୨୪ ଘଣ୍ଟାରେ ସର୍ବାଧିକ ୪୭୧ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୨୭୮ଟି ମାମଲା କ୍ୱାରେଣ୍ଟାଇନରିୁ ଚିହ୍ନଟ ହୋଇଛି । ସେହିଭଳି ୧୯୩ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଅନୁଗୁଳରୁ ୧୦ ଜଣ, ବାଲେଶ୍ୱରରୁ ୧୫ ଜଣ, ବରଗଡ଼ରୁ ୫ ଜଣ, ଭଦ୍ରକରୁ ୬ ଜଣ, ବଲାଙ୍ଗିରରୁ ୩୬ ଜଣ, କଟକରୁ ୨୨ ଜଣ, ଢେଙ୍କାନାଳରୁ ଜଣେ, ଗଜପତିରୁ ୨ ଜଣ, ଗଞ୍ଜାମରୁ ୧୨ ଜଣ, ଜଗତସିଂହପୁରରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଯାଜପୁରରୁ ୧୧ ଜଣ, ଝାରସୁଗୁଡ଼ାରୁ ୨୩ ଜଣ, କଳାହାଣ୍ଡିରୁ ୫୦ ଜଣ, କନ୍ଧମାଳରୁ ୩ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୪୦ ଜଣ, କୋରାପୁଟରୁ ୭ ଜଣ, ମୟୂରଭଞ୍ଜରୁ ୧୬ ଜଣ, ନବରଙ୍ଗପୁରରୁ ୧୭ ଜଣ, ନୟାଗଡ଼ରୁ ୪ ଜଣ, ନୂଆପଡ଼ାରୁ ୪୨ ଜଣ, ପୁରୀରୁ ୧୪ ଜଣ, ରାୟଗଡ଼ାରୁ ୮ ଜଣ, ସମ୍ବଲପୁରରୁ ୨୭ ଜଣ, ସୋନପୁରରୁ ୨ ଜଣ, ସୁନ୍ଦରଗଡ଼ରୁ ୮୫ ଜଣ ଓ ଷ୍ଟେଟ୍ ପୁଲରୁ ୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୨ ହଜାର ୬୯୫କୁ ବୃଦ୍ଧି ପାଇଛି । ୩ ଲକ୍ଷ ୩୭ ହଜାର ୬୩୫ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୩୦୮୫ଟି ସକ୍ରିୟ ସଂକ୍ରମିତ ମାମଲା ରହିଛି ।

Leave A Reply

Your email address will not be published.