Latest Odisha News

BREAKING NEWS

ଫେବୃଆରୀ ୨୮ରେ ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟସ୍

ଭୁବନେଶ୍ବର: ଫେବୃଆରୀ ୨୮ରେ ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ । ଓଡିଶା ଗସ୍ତ ବେଳେ ବିଲ୍‌ ଗେଟସ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଓଡିଶା ଆସି ସେ ଭୁବନେଶ୍ବର ସ୍ଥିତ କୃଷି ଭବନ ପରିଦର୍ଶନ କରିବେ ।

ସୂଚନାଯୋଗ୍ୟ ଯେ, କୃଷିର ଉନ୍ନତି ପାଇଁ ୨୦୧୭ ମସିହାରେ ବିଲ୍ ଆଣ୍ଡ୍ ମେଲିଣ୍ଡା ଫାଉଣ୍ଡେସନ ସହ ଓଡିଶା ସରକାରଙ୍କର ଚୁକ୍ତି ହୋଇଥିଲା । କୃଷିରେ ଉନ୍ନତି ପାଇଁ ରାଜ୍ୟ ସରକାର ଚୁକ୍ତି କରିଥିଲେ । ଯାହାଦ୍ୱାରା କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟ ବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଚୁକ୍ତି ହୋଇଥିଲା ।

Leave A Reply

Your email address will not be published.