Latest Odisha News

BREAKING NEWS

କ୍ୟାଣ୍ଡି କ୍ରଶ ଗେମର କମ୍ପାନୀକୁ ୫.୧୪ ଲକ୍ଷ କୋଟି ଟଙ୍କାରେ କିଣିବ ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ: ଲୋକପ୍ରିୟ କ୍ୟାଣ୍ଡିକ୍ରଶ ଗେମ ପ୍ରସ୍ତୁତ କରିଥିବା କମ୍ପାନୀ ଆକ୍ଟିଭିଜନ ବ୍ଲିଜାର୍ଡକୁ ମାଇକ୍ରୋସଫ୍ଟ ୫.୧୪ ଲକ୍ଷ କୋଟି ଟଙ୍କାରେ କିଣିବା ପାଇଁ ନିଷ୍ପତି ନେଇଛି । ଏମଏସର ୪୬ ବର୍ଷ ଇତିହାସରେ ଏହା ସବୁଠାରୁ ବଡ ଟେକଓଭର । ମାଇକ୍ରୋସଫ୍ଟ ଏକ୍ସବକ୍ସ ପରି ଗେମିଂ କନ୍ସୋଲର ବି ମାଲିକାନା ହକ ହାତେଇ ନେଇସାରିଛି । ଆକ୍ଟିଭିଜନ ବ୍ଲିଜାର୍ଡ କଲ ଅଫ ଡ୍ୟୁଟି, କ୍ୟାଣ୍ଡି କ୍ରଶ, ୱାରକ୍ରଫ୍ଟ, ଡିୟାବ୍ଲୋ, ଓଭରୱାଚ ଓ ହାର୍ଥଷ୍ଟୋନ ପରି ଲୋକପ୍ରିୟ ଗେମ ପ୍ରସ୍ତୁତ କରିଛି ।

ଏହି ଚୁକ୍ତି ପରେ ମୋବାଇଲ, କନ୍ସୋଲ ଓ କ୍ଲାଉଡ ପରି ଗେମିଂ ବ୍ୟବସାୟରେ କମ୍ପାନୀର ଦ୍ରୁତ ଉନ୍ନତି ହେବ ବୋଲି ଆଶା କରାଯାଉଛି । ମାଇକ୍ରୋସଫ୍ଟକୁ ପାଖାପାଖି ୪୦ କୋଟି ମନ୍ଥଲୀ ଗେମିଂ ୟୁଜର୍ସ ମିଳିବ । ଅନ୍ୟ ଅର୍ଥରେ ଅନେକ ଲୋକପ୍ରିୟ ଗେମ୍ସ କମ୍ପାନୀ ହାତମୁଠାକୁ ପଳାଇ ଆସିବ । ଚୀନର ଟେଂସେଟ ଓ ସୋନୀ ପରେ ଏମଏସ ତୃତୀୟ ବଡ ଗେମିଂ କମ୍ପାନୀ ପାଲଟିଯିବ । ଏହି ଚୁକ୍ତି ୩୦ ଜୁନ ୨୦୨୩ ପର୍ଯ୍ୟନ୍ତ ବଳବତର ରହିବ । ଏହି ଚୁକ୍ତି ପରେ ନେକ୍ସଟ ଜେନେରେଶନ ଇଂଟରନେଟ ଓ ମେଟାୱର୍ସରେ ମାଇକ୍ରୋସଫ୍ଟର ପ୍ରଭାବ ରହିବ ।

Comments are closed, but trackbacks and pingbacks are open.