Latest Odisha News

BREAKING NEWS

[ଭିଡ଼ିଓ] ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର  । ବଢୁଥିବା କୋଭିଡ ମାମଲାକୁ ନେଇ ରାଜ୍ୟବାସୀଙ୍କୁ ବିଶେଷ ସତର୍କ ରହିବା ନେଇ  କହିଛନ୍ତି ମୁଖ୍ୟ ଶାସନ ସଚିବ  । ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଛି  । ଆଗାମୀ ସ୍ଥିତିକୁ ଦୃଷ୍ଟିରେ ରଖି ମଧ୍ୟ ସରକାର କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ବେଡ୍ ମହଜୁଦ ରଖିଛନ୍ତି  । ଏବେ ୧୦ ପ୍ରତିଶତ ବେଡରେ କୋଭିଡ ରୋଗୀ ରହିଥିବାବେଳେ ବାକି ୯୦ ପ୍ରତିଶତ ବେଡ ଖାଲି ରହିଥିବା କହିଛନ୍ତି ସୁରେଶ ମହାପାତ୍ର  ।

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ଉପରେ ରହୁଛି । ସଂକ୍ରମଣ ବଢୁଥିଲେ ବି ରାଜ୍ୟରେ ଆକ୍ଟିଭ୍‌ କେସର ୨ ପ୍ରତିଶତ ଆକ୍ରାନ୍ତଙ୍କୁ ହସ୍ପିଟାଲାଇଜେସନ୍‌ ଦରକାର ପଡୁଛି । ଅର୍ଥାତ ଏବେ ଶହେ ଜଣ ଆକ୍ରାନ୍ତଙ୍କ ଭିତରୁ ୨ ଜଣ ହସ୍ପିଟାଲ ଯାଉଛନ୍ତି ।  ପୂର୍ବ ଲହର ତୁଳନାରେ ଏବେ ହସ୍ପିଟାଲ, ଆଇୟିସୁ କମ୍‌ ଦରକାର ପଡୁଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ।

ତୃତୀୟ ପ୍ରବାହକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଶେଷ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯେଉଁମାନେ ଟିକାକରଣ ପକ୍ରିୟାରୁ ବଞ୍ଚିତ ଅଛନ୍ତି ଅଥବା ଦ୍ୱିତୀୟ ଡୋଜ ନେଇନଥିଲେ ଖୁବ ଜଲ୍ଦି ନେବା ଦରକାର । ଗର୍ଭବତୀ ମହିଳା, ଶିଶୁ ଏବଂ ବୃଦ୍ଧ ବୃଦ୍ଧାଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ  । ଓଡିଶାରେ ସଂକ୍ରମଣ ସଂଖ୍ୟା ବଢିଥିବାବେଳେ ରାଜ୍ୟ ସରକାର ମଧ୍ୟ କୋଭିଡ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିଛନ୍ତି  ।

ସେପଟେ ପଞ୍ଚାୟତ ନିର୍ବାଚନ ଆଗାମୀ ମାସରେ ଅନୁଷ୍ଠିତ ହେବାକୁ  ଯାଉଛି, ଆହୁରି ସଚେତନ ହେବା ଜରୁରୀ । ନିର୍ବାଚନକୁ ଦୃଷ୍ଟିରେ ରଖି କୋଭିଡ ଗାଇଡଲାଇନ ଜାରି କରାଯାଇଛି  । ଗତକାଲି ମୁଖ୍ୟମନ୍ତ୍ରୀ ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରିଥିଲେ  । ରାଜ୍ୟବାସୀ ନିର୍ଦ୍ଦେଶନାମା ଅନୁପାଳନ ନେଇ ଅନୁରୋଧ କରିଥିଲେ  ।

Comments are closed, but trackbacks and pingbacks are open.