Latest Odisha News

BREAKING NEWS

ବିଜେପି ପକ୍ଷରୁ ମେୟର ପ୍ରାର୍ଥୀ ପାଇଁ ଚର୍ଚ୍ଚାରେ ଅନୁ ଓ ଲେଖାଶ୍ରୀଙ୍କ ନାଁ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ବିଭିନ୍ନ ଦଳ ରଣନୀତି ଆରମ୍ଭ କରି ସାରିଲେଣି । ଚଳିତ ଥର ପୌର ନିର୍ବାଚନରେ ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।ଏନେଇ ରାଜ୍ୟ ବିଜେପି ଦଳରେ ଆରମ୍ଭ ହୋଇଯାଇଛି ମେୟର ପ୍ରାର୍ଥୀ ଖୋଜା । ବିଜେଡିକୁ କିଭଳି ଟକ୍କରେ ଦେବେ ସେନେଇ ବିଜେପି ଏଥର ଦମଦାର ପ୍ରାର୍ଥୀଙ୍କୁ ମଇଦାନକୁ ପଠାଇବ ବୋଲି ଚର୍ଚ୍ଚା ଉଠୁଛି । ବିଜେପି କାର୍ଯ୍ୟାାଳୟରେ ଏନେଇ ଚାଲିଛି ଘନ ଘନ ବୈଠକ । ଏଥର ମେୟର ପ୍ରାର୍ଥୀ ପାଇଁ ଲେଖାଶ୍ରୀ ସାମନ୍ତସିଂହାର ଓ ଅନୁ ଚୌଧୁରୀଙ୍କ ନା ଶୁଣିବାକୁ ମିଳୁଛି ।

BjdElectrycity

ଚଳିତ ଥର ବିଜେପି ପଞ୍ଚାୟତ ନିର୍ବାଚନରେ ନୈରାଶ ଜନକ ପ୍ରଦର୍ଶନ କରିବା ପରେ ଏଥର ପୌର ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛି ଦଳ । ଶାସକ ଦଳକୁ ଟକ୍କର ଦେବାପାଇଁ ସେହି ଅନୁସାରେ ବିଜେପି ମଧ୍ୟ ଟାଣୁଆ ନେତ୍ରୀଙ୍କୁ ମଇଦାନକୁ ଛାଡିବ ବୋଲି ସୂଚନା ମିଳିଛି ।

Comments are closed, but trackbacks and pingbacks are open.