ମୟୁରଭଞ୍ଜ/ବାଲେଶ୍ଵର: ଓଡିଶାରେ ମୃଦୁ ଭୂକମ୍ପର ଝଟକା । ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ।
ସୁଚାନୁଯାୟୀ, ରାତି ପ୍ରାୟ ୨ଟା ୧୩ ମିନିଟ୍ ପାଖାପାଖି ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୯ ରହିଥିଲା । ମଧ୍ୟ ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଯୋଗୁଁ ଅନେକ ଲୋକ ଏହାକୁ ଜାଣିପାରିନାହାନ୍ତି ।
ଅନ୍ୟପଟେ ଆଉ କିଛି ଲୋକ ଏହା ଅନୁଭୂତ କରିବା ସହ ଆଉ କିଛି ଘରୁ ବାହାରକୁ ପଳାଇ ଆସିଥିଲେ । ମୟୁରଭଞ୍ଜରେ ଭୟଭୀତ ହୋଇ ଲୋକମାନେ ଶଙ୍ଖ ଓ ଘଣ୍ଟ ବଜାଉଥିବା ଦେଖିବାକୁ ମିଳିଥିଲା ।
ତେବେ ଖାଲି ଓଡିଶା ନୁହେଁ ଉତ୍ତରାଖଣ୍ଡରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି।
Comments are closed.