Latest Odisha News

BREAKING NEWS

ଚୌଦ୍ୱାରରେ ହାତୀ ଆକ୍ରମଣ; ଜଣେ ମୃତ

ଚୌଦ୍ୱାର: ଚୌଦ୍ବାର ଥାନା ଅଞ୍ଚଳରେ ହାତୀ ଉତ୍ପାତ। ଚୌଦ୍ୱାର ଥାନା ଯାଜଭୈରବ ନୂଆଗାଁ ଭାରଣ୍ଡିରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନାନୁସାରେ, କଟକ ଜିଲ୍ଲା ଚୌଦ୍ବାର ଥାନା ଯାଜଭୈରବ ନୂଆଗାଁ ଭାରଣ୍ଡିରେ ଆତଙ୍କ ଖେଳାଇ ଦେଇଛନ୍ତି ହାତୀ ପଲ। ଶୁକ୍ରବାର ଭୋର ସମୟରେ ୧୨ଟିକିଆ ହାତୀ ପଲ ଧାନ ଖାଉଥିବା ବେଳେ ଜଣେ ଧାନ କଟାଳିଙ୍କୁ ଦଳିଦେଇଛନ୍ତି । ଫଳରେ ଧାନ କଟାଳି ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି ।

ମୃତକ ଜଣଙ୍କ ହେଉଛନ୍ତି ବୁଢାଳିଙ୍ଗ ଗାଁର ରତ୍ନାକର ବେହେରା । ଚୌଦ୍ବାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍‌ ଜାରି ରଖିଛି।

ଗତ କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ହାତୀ ପଲ ବିଲରେ ପସି ଫସଲ ଖାଇବା ସହ ଧଳି ଚକଟି ଅନେକ ମାତ୍ରାରେ ଫସଲ ନଷ୍ଟ କରିଦେଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.