Latest Odisha News

ଆଜି ଭାରତୀୟ ନୌ-ସେନା ଦିବସ

ପ୍ରତି ବର୍ଷ ଡିସେମ୍ବର‌ ୪ ତାରିଖରେ ଜାତୀୟ ‘ନୌ-ସେନା ଦିବସ’ ପାଳିତ ହୁଏ। ଡିସେମ୍ବର‌ ୪, ଆମ ପାଇଁ ଏକ ବିଜୟ ଦିବସ ମଧ୍ୟ। ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ନୌ-ସେନାର ଅବଦାନ ଅତୁଳନୀୟ। ସପ୍ତଦଶ ଶତାବ୍ଦୀର ମରାଠା ଶାସକ ଛତ୍ରପତି ଶିବାଜୀଙ୍କୁ ‘ଭାରତୀୟ ନୌ-ସେନାର ଜନକ’ କୁୁହାଯାଏ।  ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ୧୯୭୧ ଡିସେମ୍ବର‌ ୪ ତାରିଖରେ ଭାରତୀୟ ନୌ-ସେନା କରାଚୀ ବନ୍ଦର ଆକ୍ରମଣ କରିଥିଲା। ଉକ୍ତ ଆକ୍ରମଣର ସାଙ୍କେତିକ ନାମ ଥିଲା- ‘ଟ୍ରାଇଡେଣ୍ଟ୍‌’। ଆକ୍ରମଣର ପରିଣାମ ସ୍ୱରୂପ ପାକିସ୍ତାନୀ ନୌ-ସେନାର ଡେଷ୍ଟ୍ରୟର‌୍‌ ‘ପିଏନ୍‌ଏସ୍‌ ଖାଇବର’ ଓ ମାଇନ୍‌ସ୍ୱିପର‌୍‌ ‘ପିଏନ୍‌ଏସ୍‌ ମୁହାଫିଜ’ ଧ୍ବଂସ ହୋଇଯାଇଥିଲା। ୭୨୦ ପାକିସ୍ତାନୀ ନୌ-ସୈନିକ ପ୍ରାଣ ହରାଇଥିଲେ। ତେଣୁ, ଡିସେମ୍ବର‌ ୪, ଆମ ପାଇଁ ଏକ ବିଜୟ ଦିବସ।

Leave A Reply

Your email address will not be published.