Latest Odisha News

BREAKING NEWS

ଭୁବନେଶ୍ୱରରୁ ଜୁନାଗଡ଼ ରୋଡ୍, ଜଗଦଳପୁର ଓ ନୟାଗଡ଼ ଟାଉନକୁ ସ୍ୱତନ୍ତ୍ର ଟ୍ରେନ୍, ଏହି ସମୟରେ ଗଡ଼ିବ ଟ୍ରେନ୍…

ଭୁବନେଶ୍ୱର: ଭୁବନେଶ୍ୱରରୁ ଜୁନାଗଡ଼ ରୋଡ୍ ବିଶେଷ ଟ୍ରେନ ଚଳାଚଳ କରିବ । ବ୍ରହ୍ମପୁର ଓ ବିଜୟନଗରମ ମାର୍ଗ ଦେଇ ଭୁବନେଶ୍ୱରରୁ ଜୁନାଗଡ଼ ରୋଡ଼ ଏବଂ ଜଗଦଳପୁରକୁ ଏହି ବିଶେଷ ଟ୍ରେନ ଚଳାଚଳ କରିବ । ଭୁବନେଶ୍ୱର ଠାରୁ ନୟାଗଡ଼ ଟାଉନ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଯିବାକୁ ପୂର୍ବତଟ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । 

ଏପ୍ରିଲ ମାସ ୧୦ ତାରିଖରୁ ଭୁବନେଶ୍ୱରରୁ ଭୁବନେଶ୍ୱର-ଜୁନାଗଡ ରୋଡ୍ ବିଶେଷ ଟ୍ରେନ ଚାଲିବ । ଜୁନାଗଡ଼ ରୋଡ଼ ଠାରୁ ଜୁନାଗଡ଼ ରୋଡ଼-ଭୁବନେଶ୍ୱର ବିଶେଷ ଟ୍ରେନ ଏପ୍ରିଲ ମାସ ୧୧ ତାରିଖରୁ ଚଳାଚଳ କରିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । 

ଏହି ଟ୍ରେନ୍ ଭୁବନେଶ୍ୱରରୁ ରାତି ୯ଟା ୪୦ମିନିଟରେ ଛାଡି ଜୁନାଗଡ଼ ରୋଡ଼ରେ ତା’ପରଦିନ ପୂର୍ବାହ୍ନ ୯ଟା ୧୦ମିନିଟରେ ପହଞ୍ଚିବ । ଫେରିବା ସମୟରେ ଏହି ଟ୍ରେନ ଜୁନାଗଡ଼ ରୋଡ଼ରୁ ସନ୍ଧ୍ୟା ୫ଟା ୩୦ମିନିଟରେ ଛାଡି ଭୁବନେଶ୍ୱରରେ ତା’ପରଦିନ ସକାଳ ୫ଟା ୨୦ମିନିଟରେ ପହଞ୍ଚିବ । 

ଏହି ଟ୍ରେନ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଓ ଜୁନାଗଡ଼ ରୋଡ଼ ମଧ୍ୟରେ ଖୋର୍ଦ୍ଧା ରୋଡ୍, ବାଲୁଗାଁ, ଛତ୍ରପୁର, ବ୍ରହ୍ମପୁର, ଇଛାପୁରମ୍, ପାଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ୍, ବବିଲି, ପାର୍ବତୀପୁରମ୍, ରାୟଗଡା, ବିଷମକଟକ, ମୁନିଗୁଡା, ଆମ୍ବୋଦଳା ଏବଂ ଭବାନୀପାଟଣା ଷ୍ଟେସନ ମାନଙ୍କରେ ରହିବ ।

ସେହିପରି ଭୁବନେଶ୍ୱର-ଜଗଦଳପୁର ବିଶେଷ ଟ୍ରେନ ଗଡ଼ିବ । ୨୦ ଏପ୍ରିଲ ୨୦୨୧ରୁ ଭୁବନେଶ୍ୱର-ଜଗଦଲପୁର ସ୍ପେଶାଲ ଟ୍ରେନ୍ ଭୁବନେଶ୍ୱରରୁ ଛାଡିବ । ତାପର ଦିନ ଅର୍ଥାତ ୨୧ ଏପ୍ରିଲ୍ ୨୦୨୧ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଜଗଦଲପୁରରୁ ଜଗଦଲପୁର-ଭୁବନେଶ୍ୱର ସ୍ପେଶାଲ ଚଳାଚଳ କରିବ । 

ଏହି ଟ୍ରେନ୍ ଭୁବନେଶ୍ୱରରୁ ସନ୍ଧ୍ୟା ୭ଟା ୩୫ମିିନିଟରେ ଛାଡି ତା’ପରଦିନ ପୂର୍ବାହ୍ନ ୧୧ଟା ୫୫ମିନିଟରେ ଜଗଦଲପୁରରେ ପହଞ୍ଚିବ । ଟ୍ରେନ୍ ଜଗଦଲପୁରରୁ ଅପରାହ୍ନ ୪ଟା ୩୦ମିନିଟରେ ଛାଡି ଭୁବନେଶ୍ୱରରେ ତା’ପରଦିନ ସକାଳ ୮ଟା ୨୦ମିନିଟରେ ପହଞ୍ଚିବ ।  

ଏହି ଟ୍ରେନ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଓ ଜଗଦଳପୁର ମଧ୍ୟରେ ଖୋର୍ଦ୍ଧା ରୋଡ଼, ନିରIକାରପୁର, କାଳୁପଡାଘାଟ, ବାଲୁଗାଁ, ଖଲିକୋଟ, ଛତ୍ରପୁର, ବ୍ରହ୍ମପୁର, ଇଛାପୁରମ୍, ସୋମପେଟା, ପଲାସା, ଶ୍ରୀକାକୁଲମ ରୋଡ଼, ଚିପୁରୁପାଲ୍ଲୀ, ବିଜୟନଗରମ୍, ବବିଲି, ପାର୍ବତୀପୁରମ୍, ପାର୍ବତୀପୁରମ୍ ଟାଉନ୍, ରାୟଗଡା, ଟିକିରି, ଦାମନଯୋଡି, କୋରାପୁଟ ଏବଂ ଜୟପୁର ଷ୍ଟେସନ ମାନଙ୍କରେ ରହଣି କରିବ ।  

ଏହାପୂର୍ବରୁ ଏହି ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱର ଏବଂ କୋରାପୁଟ ମଧ୍ୟରେ ସମ୍ବଲପୁର, ଟିଟିଲାଗଡ ଏବଂ ରାୟଗଡା ଦେଇ ଚଳାଚଳ କରୁଥିଲା ।  ଯାତ୍ରୀଙ୍କର ସୁବିଧାକୁ ଦୃଷ୍ଟିରେ ରଖି ଏହି ଟ୍ରେନକୁ ୧୯ ଏପ୍ରିଲରୁ ଭୁବନେଶ୍ୱର ଠାରୁ ଏବଂ ୨୦ ଏପ୍ରିଲରୁ କୋରାପୁଟରୁ ବାତିଲ କରାଯାଇ ଚଳାଚଳ ମାର୍ଗ ଭାୟା ବ୍ରହ୍ମପୁର, ବିଜୟନଗରମ୍ ଏବଂ ରାୟଗଡା ଦେଇ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି । 

ସେପଟେ ଭୁବନେଶ୍ୱର-ନୟାଗଡ଼ ଟାଉନ୍କୁ ବି ବିଶେଷ ଟ୍ରେନ ଚାଲିବାକୁ ନିଷ୍ପତ୍ତି ହୋଇଛି । ଭୁବନେଶ୍ୱର-ନୟାଗଡ଼ ଟାଉନ୍ ସ୍ପେଶାଲ୍ ଭୁବନେଶ୍ୱରରୁ ୧୩ ଏପ୍ରିଲ ୨୦୨୧ ଏବଂ ନୟାଗଡ଼ ଟାଉନ୍-ଭୁବନେଶ୍ୱର ସ୍ପେଶାଲ୍ ନୟାଗଡ଼ ଟାଉନ୍ ଠାରୁ ୧୪ ଏପ୍ରିଲ ୨୦୧୧ ଠାରୁ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହି ଟ୍ରେନ୍ ଭୁବନେଶ୍ୱରରୁ ସନ୍ଧ୍ୟା ୬ଟା ୪୦ମିନିଟରେ ଛାଡି ନୟାଗଡ଼ ଟାଉନରେ ରାତି ୮ଟା ୪୫ମିନିଟରେ ପହଞ୍ଚିବ । ନୟାଗଡ଼ ଟାଉନରୁ ଏହି ଟ୍ରେନ୍ ସକାଳ ୬ଟା ୩୦ମିନିଟରେ ଛାଡି ଭୁବନେଶ୍ୱରରେ ପୂର୍ବାହ୍ନ ୯ଟାରେ ପହଞ୍ଚିବ । 

ଉଭୟ ଦିଗରୁ ଏହି ଟ୍ରେନ ଭୁବନେଶ୍ୱର ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ଖୋର୍ଦ୍ଧା ରୋଡ୍, ଖୋର୍ଦ୍ଧା ଟାଉନ୍, ବେଗୁନିଆ, ରାଜସୁନାଖଳା ଏବଂ ବୋଲାଗଡ ରୋଡରେ ରହଣି କରିବ । 

Leave A Reply

Your email address will not be published.