Latest Odisha News

BREAKING NEWS

ପୁନମଙ୍କ ପରେ ଏବେ ମିଲିନ୍ଦଙ୍କ ପାଳି; ନ୍ୟୁଡ୍ ଫଟୋକୁ ନେଇ‌ ମିଲିନ୍ଦଙ୍କ ସୋମନଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ନିକଟରେ ଅର୍ଥାତ୍‌ ନିଜ ଜନ୍ମଦିନରେ ବଲିଉଡ୍‌ ଅଭିନେତା ତଥା ମଡେଲ ମିଲିନ୍ଦ୍‌ ସୋମନ ଗୋଆ ବିଚ୍‌ରେ ଦୌଡୁଥିବା ଦେଖିବାକୁ ମିଳିଥିଲା। ସେ ଏହି ଫଟୋକୁ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର ମଧ୍ୟ କରିଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗକୁ କେନ୍ଦ୍ର କରି ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଫଟୋକୁ ତାଙ୍କ ପତ୍ନୀ ଉଠାଇଥିଲେ ଏବଂ ଏହାର କ୍ୟାପସନରେ ମିଲିନ୍ଦ୍‌ ଲେଖିଥିଲେ- ‘୫୫ ଆଣ୍ଡ୍‌ ରନିଂ’।

ରିପୋର୍ଟ ଅନୁଯାୟୀ ଆଇପିସିର ଧାରା ୨୯୪ ଏବଂ କୋଲ୍‌ଭା ପୋଲିସ ଷ୍ଟେସନରେ ଆଇଟି ଆକ୍ଟର ଧାରା ୬୭ ଅନୁଯାୟୀ ମିଲିନ୍ଦ୍‌ ସୋମନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଉଲ୍ଲେଖ ଥାଉ କି ଧାରା ୨୯୪ ଅଶ୍ଳୀଳ କାର୍ଯ୍ୟ ଏବଂ ଗୀତ ପାଇଁ ରହିଥାଏ ଏବଂ ଆଇଟି ଆକ୍ଟର ଧାରା ୬୭ ଇଲେକ୍ଟ୍ରୋନିକ୍ ଫର୍ମରେ ଅଶ୍ଳୀଳ ସାମଗ୍ରୀ ପ୍ରକାଶନ ଏବଂ ସେୟାର୍‌ କରିବା ବିରୁଦ୍ଧରେ ଲାଗୁ ହୋଇଥାଏ।

ଗୋଆ ସୁରକ୍ଷ ମଞ୍ଚ ଦେଇଥିବା ଅଭିଯୋଗ ପରେ ଏହି ମାମଲା ରୁଜୁ ହୋଇଛି। ଗୋଆରେ ନଗ୍ନ ଫଟୋ ସୁଟ୍‌ ପାଇଁ ମଡେଲ-ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ବିରୋଧରେ ନିକଟରେ ଏକ ମାମଲା ରୁଜୁ ହୋଇଥିଲା।।

Comments are closed.