Latest Odisha News

BREAKING NEWS

୭ କୁଖ୍ୟାତ ଆତଙ୍କବାଦୀ କମାଣ୍ଡରଙ୍କ ତାଲିକା ଜାରି କଲା ଜମ୍ମୁ-କଶ୍ମୀର ସୁରକ୍ଷାକର୍ମୀ

ଲେହ:ଜମ୍ମୁ-କଶ୍ମୀର ସୁରକ୍ଷାକର୍ମର ଗୁରୁବାର ୭ ଆତଙ୍କବାଦୀ କମାଣ୍ଡରଙ୍କ ତାଲିକା ଜାରି କରିଛି । ଏହି ଏ ପ୍ଲସ ଆତଙ୍କବାଦୀମାନେ ଘାଟିରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଘାଟକୁୁ ସମ୍ପୂର୍ଣ୍ଣ ଭାବେ ଆତଙ୍କବାଦୀ ମୁକ୍ତ କରିବା ପାଇଁ ସୁରକ୍ଷାକର୍ମୀମାନେ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି ।

ଏହି କୁଖ୍ୟାତ ଆତଙ୍କବାଦୀମାନେ ହେଲେ ଅଲ ବଦର କମାଣ୍ଡର ଜାଭେଦ ଅହମ୍ମଦ, ଲଶ୍ମରର ମହମ୍ମଦ ସଲୀମ ପାରି ଓରଫ ବିଲ୍ଲା, ହିଜୁବୁଲର ମହମ୍ମଦ ଅଶ୍ରଫ ଖାଁ, ଫାରୁକ ଅହମ୍ମଦ ବଟ୍ଟ, ମହାରାଜୁଦ୍ଦିନ ଓରଫ ଉବେ ଏହା ବ୍ୟତୀତ ଲଶ୍କରର ପାକିସ୍ତାନୀ ଆତଙ୍କୀ ଏଜାଜ ଓରଫ ଅବୁ ହୁରେରରା ଓ ବହର ନଦୀମ । ଚଳିତ ବର୍ଷ ସୁରକ୍ଷାକର୍ମୀ ୨୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀଙ୍କୁ ମାରି ସାରିଛନ୍ତି । ଉପରୋକ୍ତ ୭ଜଣଙ୍କୁ ଟାର୍ଗେଟ କରିବାରେ ସୁରକ୍ଷାକର୍ମୀ ସଫଳ ହେଲେ ଜମ୍ମୁକ-କଶ୍ମୀରରେ ଆତଙ୍କବାଦୀଙ୍କ ଅଂଟା ଭାଙ୍ଗିଯବ ।

Comments are closed.