Latest Odisha News

BREAKING NEWS

ଯାସୁସୀ କରୁଛି ଚୀନ: ଜବାନ ଓ ତାଙ୍କ ପରିବାରକୁ ଚାଇନା ମୋବାଇଲ୍ ମନା

ନୂଆଦିଲ୍ଲୀ: ଚାଇନା ମୋବାଇଲ୍ ଫୋନ୍ ବ୍ୟବହାରକୁ ନେଇ ଜବାନଙ୍କୁ ଚେତାଇଲା ସେନାର ଗୁଇନ୍ଦା ବିଭାଗ। ସେନା ଯବାନ କିମ୍ବା ତାଙ୍କ ପରିବାର ଚୀନରେ ନିର୍ମିତ ଫୋନ୍ ବ୍ୟବହାନ ନ କରିବାକୁ ଗୁଇନ୍ଦା ବିଭାଗ ପକ୍ଷରୁ ଆଡ୍‌ଭାଇଜରୀ ଜାରି କରାଯାଇଛି। ଚୀନ୍‌ରେ ନିର୍ମିତ ସ୍ମାର୍ଟ ଫୋନ୍‌ରେ ଯାସୁଶୀ କରୁଥାଇପାରେ ବୋଲି ସନ୍ଦେର କରାଯାଉଛି।

ଜାରି ହୋଇଥିବା ନିର୍ଦ୍ଦେନାମାରେ କୁହାଯାଇଛି ଯେ ସେନାର ଟିମ୍‌ମାନେ ସେମାନଙ୍କର ଯବାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଉଚିତ୍। ବିଭିନ୍ନ ମାଧ୍ୟମରେ ଦ୍ୱାରା ସଚେତନ କରି ଚୀନ ଫୋନ୍ ବ୍ୟବହାରରୁ ଦୂରେଇ ରଖିବା ଉଚିତ୍।

ଚୀନରେ ନିର୍ମିତ ମୋବାଇଲ୍ ଫୋନ୍‌ଗୁଡ଼ିକରେ ମାଲୱେର ଓ ସ୍ପାଏୱେର ଚିହ୍ନଟ କରାଯାଇଥିବା ଗୁଇନ୍ଦା ସଂସ୍ଥା ସୂଚନା ଦେଇଛି। ଏଥିପାଇଁ ଏଥିପାଇଁ ଚାଇନା ଫୋନ ବଦଳରେ ଅନ୍ୟ ଫୋନ୍‌ରେ ନିଜର ସମସ୍ତ କାରବାର କରିବାକୁ ଗୁଇନ୍ଦା ସଂସ୍ଥା ଆଡ୍‌ଭାଇଜରୀ ଜାରି କରିଛି।

ଅନ୍ୟପଟେ ସେନା କର୍ମୀଙ୍କ ଦ୍ୱାରା ହ୍ୱାଟ୍ସଆପ୍‌ରେ ସାଇବର ସୁରକ୍ଷା ଭଙ୍ଗାଯାଉଥିବା ଅଭିଯୋଗ ହୋଇଛି। ଯାହାର ଉଥ୍ତସ୍ତରୀୟ ତଦନ୍ତ ଜାରି ରହିଛି। ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଭାରତର ଶତ୍ରୁ ରାଷ୍ଟ୍ର ଠାରୁ ମୋବାଇଲ୍ ଫୋନ୍ ନ କିଣିବାକୁ ସେନା ଯବାନ ଓ ତାଙ୍କ ପରିବାରକୁ ସତର୍କ କରାଇବାକୁ ଆଡ୍‌ଭାଇଜରୀରେ କୁହାଯାଇଛି।

ସୂଚନା ଥାଉକି ବର୍ତ୍ତମାନ ଚୀନ ସ୍ମାର୍ଟଫୋନ୍‌ଗୁଡ଼ିକ ଭାରତୀୟ ଇଲେକ୍ଟ୍ରୋନିକ୍‌ ଜାରକୁ କବ୍ଜା କରିଛନ୍ତି। ବର୍ତ୍ତମାନ ଭାରତରେ, ଓପୋ ଭିଭୋ, ସାଓମୀ, ୱାନ ପ୍ଲସ୍, ରିୟଲମି, ଅନର, ଜିଓନୀ, ଆସୁସ, ଇନଫନିକ୍ସ, ଜେଡ୍‌ଟିଇ ସ୍ମାର୍ଟଫୋନ୍ ଆଦି ଭାରତୀୟ ବଜାରରେ ଉପଲବ୍ଧ ରହିଛି। କମ୍ ଟଙ୍କାରେ ଫୋନ୍‌ଗୁଡ଼ିକ ଅଧିକ ଫିଚର ଦେଉଥିବାରୁ ଫୋନ୍‌ଗୁଡ଼ିକର ଚାହିଦା ବଢ଼ୁଛି। ତେଣୁ ଅଧିକାଂଶ ଲୋକେ ଚାଇନା ଫୋନ୍ କିଣୁଛନ୍ତି।

Comments are closed.