Latest Odisha News

BREAKING NEWS

ତୋ ବିନା ଲାଗେନା ଭଲ କିଛି…

ଦୋହା: ଫିଫା ବିଶ୍ୱକପ ୨୦୨୨ ସଂସ୍କରଣରେ ଚାମ୍ପିୟନ ହୋଇଛି ଆର୍ଜେଂଟିନା । ଦୀର୍ଘ ଦିନ ଧରି ପ୍ରଶଂସକଙ୍କୁ ଏହି ସ୍ୱପ୍ନକୁ ସାକାର କରିଛନ୍ତି ଲିଓନେଲ ମେସିଙ୍କ ଟିମ । ମେସିଙ୍କ ସ୍ୱପ୍ନ ମଧ୍ୟ ସାକାର ହୋଇଛି । ଆର୍ଜେଂଟିନା ଏବେ ଉତ୍ସବମୁଖରିତ । ଏହା ହେବା ବି ନିଶ୍ଚିତ । ଏଠାରେ ସମସ୍ତେ ଫୁଟବଲ ନେଇ ବଂଚନ୍ତି ଓ ମରନ୍ତି କହିଲେ ଭୁଲ ହେବନି । ବିଶ୍ୱକପ ଜିତିବା ପରେ ମେସି ଏବଂ ଟିମ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ସେଠାରେ ରାସ୍ତାର ଉଭୟ ପାଶ୍ୱର୍ରେ ପ୍ରଶଂସକମାନେ ତାଙ୍କ ପ୍ରିୟ ହୀରୋଙ୍କୁ ସ୍ୱାଗତ କରିବେ ବୋଲି ଛିଡା ହୋଇଥିଲେ । ଇତି ମଧ୍ୟରେ ମେସିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଫଟୋରେ ମେସି ବିଶ୍ୱକପ ସହ ଶୋଇଥିବା ଦେଖିବାକୁ ମିଳୁଛି । ସତେ ଯେପରି ସେ କହୁଛନ୍ତି ତୋ ବିନା ଲାଗେନା ଭଲ କିଛି । କତାରରୁ ଆସିବା ପରଠାରୁ ମେସି କପକୁ ଛାଡିବାକୁ ରାଜି ହେଉ ନାହାନ୍ତି । ବିମାନବନ୍ଦର, ବିମାନ ଏବଂ ଅନ୍ୟ ସବୁ ସ୍ଥାନରେ ସେ ଟ୍ରଫିକୁ ଧରିଛନ୍ତି । ସୂଚନାଯୋଗ୍ୟ, ଫାଇନାଲରେ ଫ୍ରାନ୍ସକୁ ପେନାଲ୍ଟି ଶୁଟଆଉଟରେ ଆର୍ଜେଂଟିନା ପରାସ୍ତ କରିଥିଲା ।

Leave A Reply

Your email address will not be published.