Latest Odisha News

ଅତ୍ୟଧିକ କ୍ଷୀର ଚା’ ପିଇଲେ ଶରୀରରେ ହୋଇପାରେ ଗୁରୁତର ଅସୁବିଧା

ଅନେକ ଲୋକଙ୍କ ଦିନ ଆରମ୍ଭ ହୁଏ ଚା’ କିମ୍ବା କଫିରୁ। ଏହାକୁ ସେମାନଙ୍କର ପ୍ରିୟ ପାନୀୟ ଭାବରେ ମଧ୍ୟ ଗ୍ରହଣ କରିଥାନ୍ତି। କିଛି ଲୋକ ଖାଇବା ପରେ ଅଳସୁଆରୁ ମୁକ୍ତି ପାଇବା ପାଇଁ ଚା ଏବଂ କଫିର ସାହାଯ୍ୟ ନେଇଥିବାବେଳେ କିଛି ଲୋକ ରାତିରେ ନିଦରୁ ମୁକ୍ତି ପାଇବା ପାଇଁ ଏହାର ସାହାଯ୍ୟ ନିଅନ୍ତି । କିନ୍ତୁ ଆପଣ ଜାଣନ୍ତି କି, କ୍ଷୀରରେ ପ୍ରସ୍ତୁତ ଚା’ ପିଇବା ଦ୍ୱାରା ଅନେକ ଗମ୍ଭୀର ପାର୍ଶ୍ୱପ୍ରତିକ୍ରିୟା ହୋଇପାର।

କ୍ଷୀରରେ ପ୍ରସ୍ତୁତ ଚା’ ପିଇଲେ ହୋଇପାରେ ଏହି ସବୁ ଅସୁବିଧା-

ପେଟ ଫୁଲିବା: କ୍ଷୀରରେ ତିଆରି ଚା’ ପିଇବା ଦ୍ୱାରା ପେଟ ଫୁଲିବାର ସମସ୍ୟା ଦେଖାଦେଇପାରେ। ଚା’ରେ କଫିନ୍ ରହିଥାଏ, ଯାହା ପେଟର ସ୍ୱାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ। ଏହା ଅମ୍ଳତା ସୃଷ୍ଟି କରି ପେଟକୁ ଫୁଲାଇଥାଏ।

ଡିହାଇଡ୍ରେସନ୍: କେବଳ କଫିନ୍ ନୁହେଁ ଚା’ରେ ଥିଓଫିଲାଇନ୍ ମଧ୍ୟ ରହିଥାଏ । ଏହାକୁ ଅଧିକ ମାତ୍ରାରେ ଗ୍ରହଣ କରିବା ଦ୍ୱାରା ଡିହାଇଡ୍ରେସନ୍ ହୋଇଥାଏ। ଏହା ଭୟଙ୍କର କୋଷ୍ଠକାଠିନ୍ୟର କାରଣ ହେବା ସହ ଆହୁରି ଅନେକ ସମସ୍ୟା ସୃଷ୍ଟି କରିପାରେ।

ମୁଣ୍ଡବିନ୍ଧାର ସମସ୍ୟା: କ୍ଷୀରରେ ତିଆରି ଚା’ ଅଧିକ ପିଇବା ଦ୍ୱାରା ଡିହାଇଡ୍ରେସନ୍ ହୋଇଥାଏ, ଯାହା ମୁଣ୍ଡବିନ୍ଧାର ସମସ୍ୟା ସୃଷ୍ଟି କରିପାରେ । ଏହି କାରଣରୁ ଆଖିରେ ଯନ୍ତ୍ରଣା ହୋଇପାରେ। ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କ୍ଷୀର ତିଆରି ଚା’ ପିଇବାକୁ ବାରଣ କରନ୍ତି।

ଚାପ ସୃଷ୍ଟି ହୋଇପାରେ: ଯଦି ଆପଣ ଗୋଟିଏ ଦିନରେ କ୍ଷୀରରେ ପ୍ରସ୍ତୁତ ଚା’ର ଏକାଧିକ କପ ପିଉଛନ୍ତି, ତେବେ ତୁରନ୍ତ ଏହି ଅଭ୍ୟାସ ଛାଡିଦିଅନ୍ତୁ। କାରଣ କ୍ଷୀରରେ ତାଆରି ଚା’ ଏହାକୁ ଟ୍ରିଗର କରିପାରେ । ଅନେକ ମାନସିକ ସମସ୍ୟା ଏହି କାରଣରୁ ଆରମ୍ଭ ହୋଇପାରେ।

ରକ୍ତଚାପ ବଢିପାରେ: ଯଦି ଆପଣ କ୍ଷୀରରେ ପ୍ରସ୍ତୁତ ଚା’ ଅଧିକ ପିଉଛନ୍ତି, ତେବେ ଏହା ରକ୍ତଚାପକୁ ଅନିୟନ୍ତ୍ରିତ କରିପାରେ । ଯେଉଁ କାରଣରୁ ହୃଦୟର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ। ଯଦି ଆପଣ ପୂର୍ବରୁ ରକ୍ତଚାପ ସମସ୍ୟାରେ ପୀଡିତ ଅଛନ୍ତି ତେବେ ଆପଣ କ୍ଷୀର ତିଆରି ଚା’ଠାରୁ ଦୂରେଇ ରହିବା ଉଚିତ୍ । କ୍ଷୀରରେ ତିଆରି ଚା’ରେ ଅଧିକ କଫିନ ରହିଥାଏ, ଯାହା ଆପଣଙ୍କୁ ଶୋଇବାକୁ ଦେଇନଥାଏ । ଏହି କାରଣରୁ ଅନିଦ୍ରା ସମସ୍ୟା ଆରମ୍ଭ ହୋଇପାରେ। ଫଳରେ ପୁରା ଦିନ ନଷ୍ଟ ହୋଇପାରେ ଏବଂ ଶାରୀରିକ ତଥା ମାନସିକ ସମସ୍ୟା ଦେଖାଦେଇପାରେ ।

Comments are closed.