Latest Odisha News

BREAKING NEWS

ମର୍ମନ୍ତୁଦ ଦୁର୍ଘଟଣା: କାର୍ଯ୍ୟକ୍ରମ ବେଳେ ମାଡିଗଲା ଟ୍ରକ; ୩ମୃତ, ୨୦ଆହତ

ଗ୍ୟାଙ୍ଗଟକ୍: ସିକ୍କିମରେ ମର୍ମନ୍ତୁଦ ଦୁର୍ଘଟଣା। ତବଲା ବାଦନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଟ୍ରକ ମାଡିଯିବା ଫଳରେ ୩ଜଣଙ୍କର ମୃତ୍ୟୁ ଘଟିଛି। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ୨୦ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

BjdElectrycity

ସୂଚନା ଅନୁସାରେ, ଗତକାଲି ରାତିରେ ଗାଙ୍ଗଟୋକ ଜିଲ୍ଲାର ରାନିପୁଲରେ ତବଲା ବାଦନ କାର୍ଯ୍ୟକ୍ରମ ଚାଲିଥିଲା। ସମସ୍ତେ କାର୍ଯ୍ୟକ୍ରମର ମଜା ଉଠାଉଥିଲେ। ହଠାତ ଦ୍ରୁତ ବେଗରେ ଆସୁଥିବା ଏକ କ୍ଷୀର ଟ୍ରକ କାର୍ଯ୍ୟକ୍ରମ ଚାଲିଥିବା ଜାଗାକୁ ପଶି ଆସିଲା। ଏଥିରେ ୩ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୦ଜଣ ଗୁରୁତର ହୋଇଛନ୍ତି। ଏହି ଘଟଣା ପରେ ମୃତକଙ୍କ ପରିବାର ଲୋକଙ୍କୁ ୫ଲକ୍ଷର କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ସିକ୍କିମ ସରକାର।
ଏନେଇ ଡିଏମ ତୁଷାର କହିଛନ୍ତି, ଆହତଙ୍କ ଚିକିତ୍ସା ଚାଲିଛି। ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା କମ। ଏହି ଦୁର୍ଘଟଣା ଗାଡି ସିକ୍କିମ୍ ମିଲ୍କ ୟୁନିଅନରେ ପଞ୍ଜିକୃତ ହୋଇଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଗାଡି ଆସୋସିଏସନ ସହିତ ସଂଯୁକ୍ତ ହୋଇନାହିଁ ଏବଂ ପୂର୍ବରୁ ନିଲାମ ହୋଇସାରିଛି । ଏନେଇ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.