Latest Odisha News

BREAKING NEWS

ରଣଜୀ ଟ୍ରଫି କ୍ରିକେଟ: ଓଡିଶା ସମ୍ମୁଖରେ ୩୮୭ ରନର ଲକ୍ଷ୍ୟ

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଉତରାଖଣ୍ଡ ୩୮୭ ରନର ବିଜୟ ଲକ୍ଷ୍ୟ ଓଡିଶା ସମ୍ମୁଖରେ ରଖିଛି । ଜବାବରେ ତୃତୀୟ ଦିବସ ସୁଦ୍ଧା ଓଡିଶା ୧୭ ରନରେ ୨ଟି ୱିକେଟ ହରାଇ ବିପଦରେ ପଡିଛି । ଦୀପକ ଧାପୋଲାଙ୍କ ବଲରେ ଦୁଇ ଓପନର ଶାନ୍ତନୁ ମିଶ୍ର ଓ ଆଶୀର୍ବାଦ ସ୍ୱାଇଁ ଆଉଟ ହୋଇ ପ୍ୟାଭିଲିୟନ ଫେରି ଯାଇଛନ୍ତି । ସୋମବାର ଅନ୍ତିମ ଦିବସରେ ଓଡିଶାକୁ ୩୬୦ ରନ ଓ ବିପକ୍ଷ ଦଳକୁ ବିଜୟ ପାଇଁ ୮ ୱିକେଟର ଆବଶ୍ୟକତା ରହିଛି । ଏହି ମ୍ୟାଚରେ ବିଜୟ ହାସଲ କଲେ ଓଡିଶା ନିକଟରେ ନକଆଉଟ ପ୍ରବେଶ ଆଶା ଉଜ୍ଜୀବୀତ ରହିବ । ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ଗ୍ରୁପ ଡିର ଏହି ମୁକାବିଲାରେ ଉତରାଖଣ୍ଡ ପ୍ରଥମ ଇନିଂସରେ ୩୪୩ ରନ କରିଥିଲା ।

ଜବାବରେ ଓଡିଶା ପୁନର୍ବାର ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରି ୧୬୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଦ୍ୱିତୀୟ ଇନିଂସରେ ଉତରାଖଣ୍ଡ ୮ ୱିକେଟ ବିିନିମୟରେ ୨୦୩ ରନ କରି ଇନିଂସ ଘୋଷଣା କରିଥିଲା । ଜୀବନଜ୍ୟୋତ ସିଂ ୭୪ ଓ କୁଣାଳ ଚାଣ୍ଡେଲା ୩୮ ରନ କରିଥିଲେ । ଓଡିଶା ପକ୍ଷରୁ ରାଜେଶ ମହାନ୍ତି ଓ ବିପ୍ଲବ ସାମନ୍ତରାୟ ୩ଟି ଲେଖାଁଏ ୱିକେଟ ହାସଲ କରିଥିଲେ ।

Leave A Reply

Your email address will not be published.