Latest Odisha News

BREAKING NEWS

୮ ବର୍ଷ ପାଇଁ ବାସନ୍ଦ ହେଲେ ଭାରତୀୟ ଆଥଲେଟ ନିର୍ମଳା ଶେରନ

ନୂଆଦିଲ୍ଲୀ: ଭାରତର କ୍ୱାର୍ଟର ମାଇଲର ନିର୍ମଳା ଶେରନ ଡୋପ ଟେଷ୍ଟରେ ଧରା ପଡିବା ଯୋଗୁ ୮ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି । ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି ଏହି ଦଣ୍ଡର ଶୁଣାଣୀ କରିଛି । ୨୦୧୮ରେ ମଧ୍ୟ ସେ ଡୋପ ଟେଷ୍ଟରେ ଦୋଷୀ ସାବ୍ୟସ୍ତ ହୋଇ ୪ ବର୍ଷ ପାଇଁ ବାସନ୍ଦ ହୋଇଥିଲେ । ଏଥିଯୋଗୁ ତାଙ୍କଠାରୁ ସ୍ୱର୍ଣ୍ଣ ପଦକ ଛଡାଇ ନିଆଯାଇଥିଲା । ଏହା ପରେ ଭୁବନେଶ୍ୱରରେ ଅନୁଷ୍ଠିତ ଜାତୀୟ ଆନ୍ତଃରାଜ୍ୟ ଚାମ୍ପିୟନଶିପରେ ଅଂଶଗ୍ରହଣ କରିଥିଲେ । ନାଡାର ରିପୋର୍ଟ ଅନୁସାରେ ତାଙ୍କ ଶରୀରୁ ନିଷିଦ୍ଧ ଡ୍ରଗ୍ସ ଆନାବୋଲିକ ଆଣ୍ଡ୍ରେଜେନିକ ଷ୍ଟେରୟେଡ ଓ ଟେଷ୍ଟୋଷ୍ଟେରନର ମାତ୍ରା ମିଳିଥିଲା । ଗତ ବର୍ଷ ଜୟପୁରରେ ତାଙ୍କଠାରୁ ନମୂନା ସଂଗ୍ରହ କରାଯାଇଥିଲା ।

ଭାରତର ଟପ କ୍ୱାର୍ଟର ମାଇଲର ହେବା ସତ୍ୱେ ନିର୍ମଳା ବାରମ୍ବାର ଡୋପ ଟେଷ୍ଟରେ ଧରାପଡି କ୍ୟାରିୟରକୁ ନଷ୍ଟ କରିଛନ୍ତି । ୨୦୧୭ ଏସିଆନ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୭ ଅଗଷ୍ଟ ୨୦୨୩ରୁ ତାଙ୍କର ୮ ବର୍ଷ ଦଣ୍ଡର ଅବଧି ଆରମ୍ଭ ହେବ । ଅନ୍ୟ ଅର୍ଥରେ ନିର୍ମଳାଙ୍କ କ୍ୟାରିୟରର ଏଥିସହ ଏକପ୍ରକାର ଅନ୍ତ ଘଟିଛି ।

Leave A Reply

Your email address will not be published.