ଚଣ୍ଡିଗଡ଼: ଲିଜେଣ୍ଡାରୀ ଭାରତୀୟ ସ୍ପ୍ରିଣ୍ଟର ମିଲ୍ଖା ସିଂ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଗତ କିଛି ଦିନ ହେବ ସେ କରୋନା ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ।
ପରିବାରର ଅନୁରୋଧ କ୍ରମେ ୯୧ ବର୍ଷୀୟ ମିଲ୍ଖାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ଅମ୍ଳଜାନ ଆବଶ୍ୟକତା ହେତୁ ତାଙ୍କର ୮୨ ବର୍ଷିୟା ପତ୍ନୀଙ୍କୁ ଶନିବାର ରାତିରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି।
ଅଧିକ ପଢନ୍ତୁ- ଫ୍ଲାଇଙ୍ଗ ଶିଖ ମିଲଖା ସିଂଙ୍କୁ କରୋନା
ଉଲ୍ଲେଖଯୋଗ୍ୟ, ୧୯୬୦ ଏବଂ ୧୯୬୪ ଅଲିମ୍ପିକ୍ସରେ ମିଲଖା ସିଂ ଭଲ ପ୍ରଦର୍ଶନ କରି ଭାରତର ସମ୍ମାନ ରଖିଥିଲେ । ତାଙ୍କ ଜୀବନୀ ଉପରେ ଭାଗ ମିଲଖା ଭାଗ ଫିଲ୍ମ ନିର୍ମାଣ ହୋଇଥିଲା।
Comments are closed.