Latest Odisha News

BREAKING NEWS

ୟୁକ୍ରେନରୁ ଭାରତ ଆସିଲା ୧୮୪ ଅକ୍ସିଜେନ କନସେଣ୍ଟ୍ରେଟର

ନୂଆଦିଲ୍ଲୀ: ଭାରତରେ କରୋନା ସକ୍ରମଣର ଦ୍ବିତୀୟ ପ୍ରବାହ ଜାରି ରହିଥିବା ବେଳେ ବିଦେଶରୁ ମଧ୍ୟ ସହାୟତା ଆସୁଛି। ଭାରତର ବନ୍ଧୁତ୍ବପୂର୍ଣ୍ଣ ମନୋଭାବ ଯୋଗୁଁ ଏହି ସଙ୍କଟ ସମୟରେ ଅନେକ ଦେଶ ଭାରତକୁ ମେଡିସିନ ଓ ଅକ୍ସିଜେନ କନସେଣ୍ଟ୍ରେଟର ପଠାଉଛନ୍ତି।

ଏହି ପରିପ୍ରେକ୍ଷୀରେ ପ୍ରଥମ କରି ୧୮୪ ଅକ୍ସିଜେନ କନସେଣ୍ଟ୍ରେଟର ଆଜି ସକାଳେ ୟୁକ୍ରେନରୁ ଆସିଛି। ​​ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏହି ବିଷୟରେ ସୂଚନା ଦେବା ସହ ଭାରତ ପକ୍ଷରୁ ୟୁକ୍ରେନକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ତେବେ ଭାରତକୁ ଏଯାବତ୍ ଆମେରିକା, ବ୍ରିଟେନ, କାନାଡା, ଜର୍ମାନୀ ଏବଂ ଫ୍ରାନ୍ସ ପକ୍ଷରୁ ଅକ୍ସସନ୍ କନସେଣ୍ଟ୍ରେଟର, ଭେଣ୍ଟିଲେଟର, ଟୀକା ପାଇଁ କଞ୍ଚାମାଲ ଏବଂ ପିପିଇ କିଟ୍ ଆଦି ସାମଗ୍ରୀ ର ସହାୟତା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.