Latest Odisha News

ଓଡ଼ିଶାରୁ କରୋନା ନେଲା ୩୫ ଜୀବନ, ଅନୁଗୋଳ ଜିଲ୍ଲାରେ ଥମୁନି ମୃତ୍ୟୁସଂଖ୍ୟା

ଅନୁଗୋଳ: ଓଡ଼ିଶାରେ ଧିରେ ଧିରେ କାବୁ ପାଉଛି ଦୈନିକ କରୋନା ସଂକ୍ରମଣ । କିନ୍ତୁ ଥମୁନି ମୃତ୍ୟୁସଂଖ୍ୟା । ପ୍ରତିଦିନ ୩୦ରୁ ଅଧିକ ଜୀବନ ଯାଉଛି । ଗତ ୨୪ ଘଣ୍ଟାରେ ଆଉ ୩୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅନୁଗୋଳ ଜିଲ୍ଲାରେ ଅଧିକ ରହୁଛି ଦୈନିକ ମୃତ୍ୟୁସଂଖ୍ୟା । ଆଜି ଜିଲ୍ଲାରୁ ଆଉ ୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।

ସେହିପରି କଟକ, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନବରଙ୍ଗପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ କରୋନା ଆଉ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଞ୍ଜାମ, ଗଜପତି, ଦେବଗଡ଼ ଜିଲ୍ଲାରୁ ଆଉ ୨ ଜଣ ଲେଖାଏ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି ।

ନୟାଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଲେଖାଏ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୭ଶହ ୫୪କୁ ବୃଦ୍ଧି ପାଇଛି । ରାଜ୍ୟରେ ମୃତ୍ୟୁହାର ରହିଛି ୦.୩୬% ।

Leave A Reply

Your email address will not be published.