Latest Odisha News

BREAKING NEWS

ଭାରତ ଫେରିବେ ବିଜୟ ମାଲ୍ୟା, ପ୍ରତ୍ୟାର୍ପଣ ଲାଗି ବ୍ରିଟିଶ ସରକାରଙ୍କ ଅନୁମତି

ନୂଆଦିଲ୍ଲୀ: ମଦ ସମ୍ରାଟ ପଳାତକ ବିଜୟ ମାଲ୍ୟା ଭାରତ ଫେରିବାର ସମସ୍ତ ରାସ୍ତା ଏବେ ପରିଷ୍କାର ହୋଇଛି । ଏନେଇ ଆଜି ବ୍ରିଟିଶ୍ ସରକାର ସ୍ପଷ୍ଟ କରିଛନ୍ତି । ଭାରତରୁ ବିଜୟ ମାଲ୍ୟା ପଳାୟନ କରିବା ପରେ ଆଜି ବ୍ରିଟିଶ୍ ସରକାର ଭାରତକୁ ପ୍ରତ୍ୟାର୍ପଣ କରିବା ଲାଗି ଅନୁମତି ପ୍ରଦାନ କରିଛନ୍ତି ।

୍ଣସାମବାର ଦିନ ଲଣ୍ଡନଠାରେ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ନେଇ ଏକ ଆଦେଶପତ୍ରରେ ସ୍ୱାକ୍ଷରିତ କରିଛନ୍ତି ବ୍ରିଟିଶ୍ ବୈଦେଶିକ ସଚିବ ।

ଏଠାରେ ଉଲ୍ଲେଖଯୋଗ୍ୟ, ମଦ ସମ୍ରାଟ ମାଲ୍ୟା ଭାରତର ଅନେକ ବଡ଼ ବଡ଼ ବ୍ୟାଙ୍କଗୁଡ଼ିକରୁ ପ୍ରାୟ ୨ ହଜାର କୋଟିରୁ ଅଧିକ ଟଙ୍କା ନେଇ ଦେଶ ଛାଡ଼ି ବ୍ରିଟେନରେ ଅବସ୍ଥାନ କରୁଛନ୍ତି ।

Leave A Reply

Your email address will not be published.