Latest Odisha News

BREAKING NEWS

ମୀନତି ବେହେରା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତ

ଭୁବନେଶ୍ୱର: ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃଣମୂଳ ସ୍ତରରେ ମହିଳା ସଂଗଠନକୁ ସୁଦୃଢ ଓ ଅଧିକ କ୍ରିୟାଶୀଳ କରିବା ପାଇଁ ବିଜୁ ମହିଳା ଜନତା ଦଳକୁ ପୁନର୍ଗଠନ କରି କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି ।

ବିଜୁ ମହିଳା ଜନତା ଦଳର ପୂର୍ବତନ ସଭାନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ବିଜୁ ବିଜୁ ଜନତା ଦଳର ଉପ-ସଭାପତି ଏବଂ ବିଜୁ ମହିଳା ଜନତା ଦଳର ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଥିବା ବେଳେ ବିଜୁ ମହିଳା ଜନତା ଦଳର ନୂତନ ସଭାନେତ୍ରୀ ଭାବେ ଡ଼. ମୀନତି ବେହେରାଙ୍କୁ ନିଯୁକ୍ତି ଦେଇଛନ୍ତି ।

ସେହିପରି ବିଜୁ ମହିଳା ଜନତା ଦଳର ଅନ୍ୟତମ ସହ-ଉପଦେଷ୍ଟା ଭାବେ ଜ୍ୟୋତି ପାଣିଗ୍ରାହୀ ଏବଂ କସ୍ତୁରୀ ମହାପାତ୍ରଙ୍କୁ ମନୋନୀତ କରାଯାଇଛି ।

ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଶ୍ୱେତା ସ୍ନିଗ୍ଧା ମିଶ୍ର, ଲୋପାମୁଦ୍ରା ବକ୍ସିପାତ୍ର, ସୁଲୋଚନା ଦାସ, ଗୀତାଞ୍ଜଳି ବସ୍ତିଆଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ସାଧାରଣ ସମ୍ପାଦିକା ଭାବେ ସୁଲତା ଦେଓ ଏବଂ ସମ୍ପାଦିକା ଭାବେ ଏଲିନା ଦାସଙ୍କୁ ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଥିବା ବିଜୁ ଜନତା ଦଳ ଉପସଭାପତି ଦେବୀ ପ୍ରସାଦ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ବିଜୁ ମହିଳା ଜନତା ଦଳର ପୂର୍ବ ଘୋଷିତ ରାଜ୍ୟ କମିଟି ଏବଂ ଜିଲ୍ଲା କମିଟି ବଳବତ୍ତର ରହିଛି ।

Leave A Reply

Your email address will not be published.