Latest Odisha News

BREAKING NEWS

ଉତ୍କୋଚ ମାମଲାରେ ପୂର୍ବତନ ବିଜେପି ମନ୍ତ୍ରୀ ଜନାର୍ଦ୍ଦନ ରେଡ୍ଡି ଗିରଫ

ବେଙ୍ଗାଲୁରୁ: ପୂର୍ବତନ ବିଜେପି ମନ୍ତ୍ରୀ ଜି ଜନାର୍ଦ୍ଦନ ରେଡ୍ଡିଙ୍କୁ ରବିବାର ଦିନ ବେଙ୍ଗାଲୁରୁ କ୍ରାଇମ ବ୍ରାଞ୍ଚ ପୋଲିସ ଆମ୍ବିଏଣ୍ଟ୍ ଗ୍ରୁପ ଲାଞ୍ଚ କାରବାର ମାମଲାରେ ଗିରଫ କରିଛି ।

ବେଲାରୀ ଖଣି ସମ୍ରାଟ ଭାବେ ପରିଚିତ ଜି ଜନାର୍ଦ୍ଦନ ରେଡ୍ଡି ଓ ତାଙ୍କର ସହଯୋଗୀ ଅଲ୍ଲୀ ଖାନଙ୍କୁ କ୍ରାଇମ ବ୍ରାଞ୍ଚ ଅଫିସରେ ଆମ୍ବିଏଣ୍ଟ୍ ଗ୍ରୁପ ଲାଞ୍ଚ କାରବାର ନେଇ ପ୍ରାୟ ଏକ ଘଣ୍ଟା ଧରି ଜେରା କରିଥିଲେ ।

ତାଙ୍କ ଘନିଷ୍ଠ ସହଯୋଗୀ ଅଲ୍ଲୀ ଖାନଙ୍କୁ ମଧ୍ୟ କ୍ରାଇମ ବ୍ରାଞ୍ଚ ପୋଲିସ ଗିରଫ କରିଛି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦାୟର ହୋଇଥିବା ଆମ୍ବିଏଣ୍ଟ୍ ଗ୍ରୁପ ଅର୍ଥ ହେରଫେର ମାମଲାରେ ପୂର୍ବତନ ବିଜେପି ମନ୍ତ୍ରୀ ଜି ଜନାର୍ଦ୍ଦନ ରେଡ୍ଡି ପ୍ରାୟ ୧୮ କୋଟି ମୂଲ୍ୟର ସୁନା ଉତ୍କୋଚ ଆକାରରେ ନେଇଥିବା ଅଭିଯୋଗ ହୋଇଥିଲା । ଏହି ଅର୍ଥ ହେରଫେର ତଥା ଲାଞ୍ଚ ମାମଲାରେ ତାଙ୍କୁ ପୂର୍ବରୁ ସମନ ଜାରି ହୋଇଥିଲା ।

ପୂର୍ବତନ ମନ୍ତ୍ରୀ ଜି ଜନାର୍ଦ୍ଦନ ରେଡ୍ଡିଙ୍କୁ ୬୦୦ କୋଟି ଟଙ୍କାର ଅର୍ଥ ହେରଫେର ଠକେଇ ମାମଲାରେ ବେଙ୍ଗାଲୁରୁ କ୍ରାଇମ ବ୍ରାଞ୍ଚ ତରଫରୁ ଦୀର୍ଘ ସମୟ ଧରି ଜେରା କରାଯାଇଥିଲା । କିଛିଦିନ ପୂର୍ବରୁ ସହରରୁ ଲୁଚି ଖସିଯିବାକୁ ମଧ୍ୟ ଚେଷ୍ଟା କରିଥିବା କଥା ପ୍ରଚାର ହୋଇଥିଲା । ମାତ୍ର ପରେ ଏକ ଭିଡ଼ିଓ ମେସେଜ୍ ଦ୍ୱାରା ସେ ଫେରାର୍ ହେବାକୁ ଚାହାନ୍ତି ନାହିଁ ବୋଲି ପ୍ରକାଶ କରିଥିଲେ ।

ପୂର୍ବରୁ ଏହି ପୂର୍ବତନ ମନ୍ତ୍ରୀ ଦୁର୍ନୀତି ଅଭିଯୋଗରେ ୩ ବର୍ଷ ଜେଲରେ ରହିବା ପରେ ଏବେ ଜାମିନରେ ରହିଥିଲେ ।

Leave A Reply

Your email address will not be published.