ଭୁବନେଶ୍ୱର: ଦିଲ୍ଲୀର ରିସର୍ଚ୍ଚ କନସଲଟାନ୍ସି ମେଟାଲଜିକ୍ ପିଏମ୍ଏସ୍ ପକ୍ଷରୁ ସହରର ଏକ ହୋଟେଲ୍ରେ ‘ଭାରତରେ ଖଣିରେ ସହଜ ବ୍ୟବସାୟ ବାତାବରଣ’ ଉପରେ ଏକ ସମ୍ମିଳନୀ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଦେଶର ଅନ୍ତର୍ଭୁକ୍ତୀକରଣ ବିକାଶ ପାଇଁ ହାତ ମିଳାଇବା ଲାଗି ସମସ୍ତ ଅଂଶୀଦାରଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ଆୟୋଜନ କରାଯାଇଥିବା ଏହି ସମ୍ମିଳନୀରେ ନିରନ୍ତର ଉପାୟରେ ହାସଲ ହୋଇପାରିନଥିବା ଖଣିଜ ସମ୍ଭାବନାର ରୂପାନ୍ତରଣ ଜରିଆରେ ‘ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ହାସଲ କରିବା ଲାଗି ସମସ୍ତ ଅଂଶୀଦାରଙ୍କ ସହଯୋଗକୁ ନିଶ୍ଚିତ କରିବାର ଜରୁରୀକାଳୀନ ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା ।
ଏହି ଅବସରରେ ଯୋଗ ଦେଇ ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟର ଉପ ମହାନିର୍ଦେଶକ ଆଇଏଫ୍ଏସ୍ ଏଟି ମିଶ୍ର କହିଛନ୍ତି ଯେ, “ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବାରେ ଖଣି କ୍ଷେତ୍ର ସହାୟକ ହୋଇଛି । ଭାରତରେ ସହଜରେ ଖଣି ବ୍ୟବସାୟ କରିବାର ବାତାବରଣ ସୃଷ୍ଟି କରିବା ଲାଗି ପ୍ରଣୟନ କରାଯାଇଥିବା ବିଭିନ୍ନ ନିୟମରେ ଉନ୍ନତି ଆଣିବା ଲାଗି ଭାରତ ସରକାର ପ୍ରତିବଦ୍ଧ ଅଛନ୍ତି ।’’
ଦେଶ ଓ ଶିଳ୍ପ ପାଇଁ ଲାଭଦାୟକ ହେଉଥିବା ନିରନ୍ତର ଖଣି ପ୍ରଥା ଉପରେ ସମ୍ମିଳନୀରେ ଗୁରୁତ୍ୱାରୋପ କରାଯାଇଥିବା ବେଳେ ଅତିଥିମାନେ ମୁଖ୍ୟତଃ ଖଣି ଶିଳ୍ପ ସାମ୍ନା କରୁଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଲାଗି ସମସ୍ତ ଯୋଜନାଗୁଡ଼ିକର ଯାଂଚ କରିବା ପାଇଁ ଖଣି କଂପାନିଗୁଡ଼ିକର
ଦାୟିତ୍ୱ ଉପରେ ଆଲୋଚନା କରିଥିଲେ । ରାଜ୍ୟ ସରକାର, ଜଙ୍ଗଲ ବିଭାଗ ଓ ଖଣି କଂପାନିଗୁଡ଼ିକର ସାମଗ୍ରିକ ସହଯୋଗ ଜରିଆରେ ଖଣି କ୍ଷେତ୍ରରେ ସହଜ ବ୍ୟବସାୟ ବାତାବରଣ ଲକ୍ଷ୍ୟକୁ ହାସଲ କରାଯାଇପାରିବ ବୋଲି ଏହି ସମ୍ମିଳନୀରେ ଯୋଗ ଦେଇ ଏନ୍ଏମ୍ଡିସିର ସିଏମ୍ଡି ସୁମିତ ଦେବ କହିଛନ୍ତି ।
ବିଶ୍ୱସ୍ତରୀୟ ଅଂଶଗ୍ରହଣକୁ ଆକୃଷ୍ଟ କରିବା ଲାଗି ପ୍ରୋତ୍ସାହନର ଆବଶ୍ୟକତା ଉପରେ ଅତିଥି ଓ ବକ୍ତାମାନେ ଆଲୋଚନା କରିଥିଲେ ଏବଂ ଅଧିକ ନିବେଶ ଜରିଆରେ ଭାରତକୁ ବିଶ୍ୱସ୍ତରର ଉଚ୍ଚ ସୋପାନରେ ପହଂଚାଇବା ଲାଗି ସମସ୍ତ ଅଂଶୀଦାରଙ୍କୁ ଆହ୍ୱାନ ଦେଇଥିଲେ । ଏହି ଖଣି ସମ୍ମିଳନୀରେ ଅଂଶଗ୍ରହଣ କରି ଟାଟା ଷ୍ଟିଲ୍ ମାଇନିଂର ଅଧ୍ୟକ୍ଷ ଓ ଟାଟା ଷ୍ଟିଲ୍ର ଭିପି (କଂଚାମାଲ) ଡି ବି ସୁନ୍ଦର ରାମମ ଭାରତରେ ଖଣି କଂପାନିଗୁଡ଼ିକ ସାମ୍ନା କରୁଥିବା ସମସ୍ୟା ଓ ଆହ୍ୱାନଗୁଡ଼ିକ ଉପରେ ଆଲୋକପାତ କରିଥିଲେ ଏବଂ ଆଗାମୀ ଭବିଷ୍ୟତ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଖଣି କ୍ଷେତ୍ରରେ ଅନୁସନ୍ଧାନ ଉପରେ ଶ୍ରୀ ସୁନ୍ଦର ରାମମ ଗୁରୁତ୍ୱ ଦେଇଥିଲେ ଏବଂ ସମାଧାନର ଆବଶ୍ୟକତା ରହିଥିବା ବିଭିନ୍ନ ଆହ୍ୱାନଗୁଡ଼ିକ ଉପରେ କହିଥିଲେ । ସମ୍ମିଳନୀର ଦ୍ୱିତୀୟ ଭାଗରେ ଟାଟା ଷ୍ଟିଲ୍ ମାଇନିଂର ପରିଚାଳନା ନିର୍ଦେଶକ ପଙ୍କଜ ସତିଜା ଭାରତରେ ଖଣି କ୍ଷେତ୍ରର ଏକ ପୂର୍ଣ୍ଣାଙ୍ଗ ଚିତ୍ର ଉପସ୍ଥାପନ କରିଥିଲେ ଏବଂ ବିଭିନ୍ନ ଖଣି କଂପାନି ଓ ଖଣି ପିଏସ୍ୟୁଗୁଡ଼ିକର ଭିନ୍ନ ଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ଖଣି ସମ୍ମିଳନୀରେ ବିଭିନ୍ନ ନୀତି ନିର୍ଧାରକ, ସରକାରୀ ଅଧିକାରୀ, ଖଣି କଂପାନି, ନିବେଶକ, ଇସ୍ପାତ ନିର୍ମାତା ଯୋଗଦେଇ ଖଣି କ୍ଷେତ୍ରର ବିଭିନ୍ନ ଅଂଶୀଦାରମାନେ ସାମ୍ନା କରୁଥିବା ବିଭିନ୍ନ ଆହ୍ୱାନଗୁଡ଼ିକ ଉପରେ ଏବଂ ସରକାର କିଭଳି ସହଜ ବ୍ୟବସାୟ ବାତାବରଣ ସୃଷ୍ଟି କରିବାରେ ସହାୟକ
ହୋଇପାରିବେ ତାହା ଉପରେ ଆଲୋଚନା କରିଥିଲେ ।
ଉଦଘାଟନୀ ଅଧିବେଶନ ସହ ସମ୍ମିଳନୀ ଆରମ୍ଭ ହୋଇଥିଲା ଯେଉଁଥିରେ ବିଶିଷ୍ଟ ପ୍ୟାନେଲିଷ୍ଟମାନଙ୍କ ମଧ୍ୟରେ ଥିଲେ ଇପିକଲ୍ର ପୂର୍ବତନ ଇଡି କଲ୍ୟାଣ ମହାନ୍ତି, ଓଏମ୍ସି ଲିମିଟେଡ୍ର ଡାଇରେକ୍ଟର-ଟେକ୍ନିକାଲ୍ ଓ ଅପରେସନ୍ସ ସବ୍ୟସାଚୀ ମହାନ୍ତି, ଟାଟା ଷ୍ଟିଲ୍ ମାଇନିଂର ଅଧ୍ୟକ୍ଷ ଓ ଟାଟା ଷ୍ଟିଲ୍ର
ଭିପି (କଂଚାମାଲ) ଡି ବି ସୁନ୍ଦର ରାମମ ଏବଂ ଏନ୍ଏମ୍ଡିସି ଲିମିଟେଡ୍ର ସିଏମ୍ଡି ସୁମିତ ଦେବ । ଏହି ସମ୍ମିଳନୀରେ ଖଣି କାର୍ଯ୍ୟକଳାପରେ “ମହିଳା, କିନ୍ନର ଓ ଦିବ୍ୟାଙ୍ଗ’ମାନଙ୍କ ବର୍ଦ୍ଧିତ ଯୋଗଦାନ ଉପରେ ଆଲୋଚନା ହୋଇଥିଲା ।
ବିଭିନ୍ନ କାର୍ଯ୍ୟକଳାପରେ ଏହି ସ୍ୱତନ୍ତ୍ର ବର୍ଗର ଲୋକମାନଙ୍କୁ ନିଯୁକ୍ତି ଦେବା ନିମନ୍ତେ ଖଣି କଂପାନିଗୁଡ଼ିକୁ ଉତ୍ସାହିତ କରିବା ଲାଗି ମେଟାଲଜିକ୍ ପିଏମ୍ଏସ୍ ପକ୍ଷରୁ ଟାଟା ଷ୍ଟିଲ୍ ମାଇନିଂ ସହାୟତାରେ ଏକ ଷ୍ଟେଜ୍ ସୋ’ ଆୟୋଜନ କରାଯାଇଥିଲା । ପ୍ରଥମ ଥର ପାଇଁ ଖଣି କ୍ଷେତ୍ର ଉପରେ ଆୟୋଜିତ ଏକ ସମ୍ମିଳନୀରେ ଦେଶର ମହିଳାମାନଙ୍କ ବିପୁଳ ଅଂଶଗ୍ରହଣ
ଦେଖିବାକୁ ମିଳିଥିଲା ।
Comments are closed.