Latest Odisha News

BREAKING NEWS

ପେଟ୍ରୋଲ ପମ୍ପରେ ଲାଗିଛି ଲମ୍ବା ଲାଇନ: ମନ୍ତ୍ରୀ କହିଲେ ରାଜ୍ୟରେ ଅଛି ପର୍ଯ୍ୟାପ୍ତ ପରିମାଣର ତେଲ

ଭୁବନେଶ୍ୱର: ରାଜ୍ୟରେ ସତରେ କଣ ତେଲ ଅଭାବ ରହିଛି? ଗତ ରାତିଠାରୁ ପ୍ରାୟ ସମସ୍ତ ଟାଙ୍କିରେ ଲାଗିଛି ଲମ୍ଵା ଲାଇନ୍। ସନ୍ତୁଳି ହେଲେଣି ଲୋକେ। ଭୁବନେଶ୍ୱରର ଅଧା ପେଟ୍ରୋଲ ପମ୍ପରେ ପଡିିଛି ତାଲା। କେବଳ ରାଜଧାନୀ ନୁହେଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସମାନ ସ୍ଥିତି। ପେଟ୍ରୋଲ ନାହିଁ ବୋଲି ସାଧାରଣ ଲୋକଙ୍କ ମୁଣ୍ଡ ଗୋଲ୍‌। ତେଲ ନମିଳିଲେ ଗାଡି ଚାଲିବ କେମିତି? ଘର ଚଳିବ କେମିତି? ଗାଡି ରଖିବେ ନା ଚଲାଇବେ ତାକୁ ନେଇ ଏବେ ସମସ୍ତଙ୍କୁ ଘାରିଛି ଚିନ୍ତା। ଆବଶ୍ୟକତା ଅନୁସାରେ ପେଟ୍ରୋଲ ଡିଜେଲ ମିଳୁନି। ସ୍ଥିତି ଏଭଳି ହୋଇଛି ଯେ ରାଜଧାନୀରେ ପେଟ୍ରୋଲ ପମ୍ପରେ ଭିଡ଼ ନିୟନ୍ତ୍ରଣ ପାଇଁ ଆଜି ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି।

ଏପରି ସ୍ଥିତିରେ ମନ୍ତ୍ରୀମାନଙ୍କଠାରୁ ଆସୁଛି ଭିନ୍ନ ଏକ ପ୍ରତିକ୍ରିୟା। ତୈଳ କମ୍ପାନୀର ଅଧିକାରୀଙ୍କ ସହ ଯୋଗଣ ମନ୍ତ୍ରୀଙ୍କ ବୈଠକ ହୋଇଛି । ବିଭିନ୍ନ ତୈଳ କମ୍ପାନୀର ଅଧିକାରୀଙ୍କ ସହ ଯୋଗଣ ମନ୍ତ୍ରୀ ବୈଠକ କରିଛନ୍ତି। ଲୋକସେବା ଭବନରେ ତୈଳ ସଙ୍କଟକୁ ନେଇ ଆଲୋଚନା ହେବା ପରେ IOCL ସିଜିଏମ୍‌ କମଲ ସିଲ୍‌ଙ୍କ ପକ୍ଷରୁ ଆସିଛି ପ୍ରତିକ୍ରିୟା। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣ ତେଲ ଅଛି। ତେଣୁ ରାଜ୍ୟବାସୀଙ୍କୁ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି। ତେଲ ପାଇଁ ଲୋକ ଭୟଭୀତ ନହୋଇ ଆବଶ୍ୟକ ଅନୁସାରେ କିଣନ୍ତୁ ବୋଲି କହିଛନ୍ତି IOCL ସିଜିଏମ୍‌ କମଲ ସିଲ୍‌।

ସେହିପରି ରାଜ୍ୟରେ ପେଟ୍ରୋଲ, ଡିଜେଲର ଅଭାବ ନାହିଁ କହିଲେ ଯୋଗାଣ ମନ୍ତ୍ରୀ। ପର୍ଯ୍ୟାପ୍ତ ପରିମାଣର ତୈଳ ମହଜୁଦ୍‌ ଅଛି କହିଲେ ମନ୍ତ୍ରୀ। ଆତଙ୍କିତ ହୋଇ ତେଲ ନକିଣିବାକୁ ପରାମର୍ଶ ଦେଲେ ମନ୍ତ୍ରୀ। ଟାଙ୍କିରେ ବହୁତ ଭିଡ଼ ବଢ଼ିଯିବାରୁ ଅଳ୍ପ ଅଳ୍ପ ତେଲ ଦେଉଛନ୍ତି ମାଲିକ। ଏନେଇ ସରକାରଙ୍କ ପକ୍ଷରୁ କିଛି ନିୟମ କରାଯାଇ ନାହିଁ। ୧୩ ଦିନ ପାଇଁ ଷ୍ଟକ୍‌ ଓଡ଼ିଶାରେ ଅଛି କହିଲେ ମନ୍ତ୍ରୀ ।

ଅନ୍ୟପଟେ ରାଜ୍ୟରେ ତୈଳ ସଙ୍କଟ ନେଇ ଆଇନମନ୍ତ୍ରୀ ମଧ୍ୟ ଦେଇଛନ୍ତି ପ୍ରତିକ୍ରିୟା। ଏହା ଜାତୀୟ କ୍ରାଇସିସ। ତୈଳ ଆମେ ଆମଦାନୀ କରୁଛୁ। ଯେତବେଳେ ତୈଳ ସଙ୍କଟ ହେବ ସମସ୍ତ କଥା ଆସେ। ସମସ୍ତ ଦେଶ ଏକାଠି ହେଇ ଲଢ଼େଇ କରିବାକୁ ପଡ଼ିବ। ଆଗାମୀ ଦିନରେ ଭାରତର ଅର୍ଥନୀତିକୁ ସଠିକ ଭାବରେ ଚଳାଇବା ପାଇଁ ପ୍ରଧାନମନ୍ତ୍ରୀ ଗୋଟେ ଗୁରୁତ୍ବପୂର୍ଣ୍ଣ କଥା ଲୋକଙ୍କ ଆଗରେ ରଖିଛନ୍ତି। କଷ୍ଟ ସତ୍ତ୍ବେ ବି ଲୋକେ ଗ୍ରହଣ କରୁଛନ୍ତି। କ୍ରାଇସିସକୁ ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ତୈଳ ମିଳୁଛି ଯାହା ଆମ ଦରକାର ଅନୁଯାୟୀ ପର୍ଯ୍ୟାପ୍ତ ନୁହେଁ । ଅନ୍ୟ ଦେଶ ଏହି ଅସୁବିଧାକୁ ଭୋଗିଛନ୍ତି । ଭାରତ ତାର ଆଗୁଆ ଯୋଜନାରୁ ଏଭଳି ସ୍ଥିତି ସୃଷ୍ଟି ହୋଇନି । ସପ୍ଲାଇ ଚେନ ପାଇଁ ଏମିତି ହୋଇଛି । ସମସ୍ତେ ଏକାଠି ହୋଇ ଲଢ଼ିବା ।

Leave A Reply

Your email address will not be published.