Latest Odisha News

BREAKING NEWS

କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କ ଦ୍ୱାରା ହିରୋ ଏସିଆନ ହକି ଚାମ୍ପିୟନସିପ୍ ଟ୍ରଫି-୨୦୨୩ ଉନ୍ମୋଚିତ

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଆଜି ମର୍ଯ୍ୟାଦାଜନକ “ହିରୋ ଏସିଆ ହକି ଚାମ୍ପିଅନ୍ସ ଟ୍ରଫି-୨୦୨୩ର ଟ୍ରଫିକୁ ଉନ୍ମୋଚନ କରିଛନ୍ତି । ଚେନ୍ନାଇରେ ଏହି ପ୍ରତିଯୋଗିତା ଆୟୋଜିତ ହେବ । ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଠାକୁର ମଧ୍ୟ “ପାସ୍ ଦି ବଲ୍ ଟ୍ରଫି ଟୁର୍‌’ ଅଭିଯାନର ଶୁଭାରମ୍ଭ କରିଥିଲେ ।

ହିରୋ ଏସିଆନ ହକି ଚମ୍ପିଆନ୍ସ ଟ୍ରଫି-ଚେନ୍ନାଇ ୨୦୨୩ ଆସନ୍ତାମାସ (ଅଗଷ୍ଟ) ୩ତାରିଖରୁ ଆରମ୍ଭ ହେବ । ଏହି ପ୍ରତିଯୋଗିତାରେ ଭାରତ, କୋରିଆ, ମାଲେସିଆ, ଜାପାନ, ପାକିସ୍ତାନ, ଓ ଚୀନ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ‘ଟ୍ରଫି ଟୁର୍‌’ ଗୁରୁତ୍ୱପୂର୍ଣ୍ଣ କାରଣ ଦେଶର ବିଭିନ୍ନ ସ୍ଥାନକୁ ଟ୍ରଫିକୁ ନେଲେ ଏହା ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବ ଓ ଲୋକେ ଏ ବିଷୟରେ ସଚେତନ ହେବେ । ଏହା ମଧ୍ୟ ଯୁବ କ୍ରୀଡାବିତ୍‌ମାନଙ୍କୁ ଟ୍ରଫି ଦେଖିବାକୁ ନିମନ୍ତ୍ରଣ କରିବାର ସୁଯୋଗ ଦେବ । ଏହା ଫଳରେ ସେମାନେ ଭବିଷ୍ୟତରେ ଭାରତୀୟ ଦଳରେ ସ୍ଥାନ ପାଇବାର ସ୍ୱପ୍ନ ଦେଖିବେ । ଭାରତ ଚତୁର୍ଥ ଥର ଏହି ଟ୍ରଫି ଜିଣି ଇତିହାସ ସୃଷ୍ଟି କରିବା ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ।

 ମନ୍ତ୍ରୀ ଶ୍ରୀ ଠାକୁର ଆହୁରି କହିଛନ୍ତି ଯେ ଏହି ପ୍ରତିଯୋଗିତାକୁ ଚେନ୍ନାଇ ଭଲଭାବେ ଆୟୋଜନ କରିବେ । ଆମ ସରକାର ସହଯୋଗ ଭିତ୍ତିକ ତଥା ପ୍ରତିଯୋଗିତାମୂଳକ ସଂଘୀୟ ବ୍ୟବସ୍ଥାରେ ବିଶ୍ୱାସ କରେ । ତେଣୁ ଏହି ପ୍ରତିଯୋଗିତାକୁ ସଫଳ କରିବାକୁ କେନ୍ଦ୍ର ସରକାର ସମସ୍ତ ସହଯୋଗ ଯୋଗାଇଦେବେ । ଖେଳକୁଦ କ୍ଷେତ୍ରରେ ମଧ୍ୟ ଏହି ସଂଘୀୟ ସହଯୋଗ ବଜାୟ ରହିବ । ସବୁ ଦେଶର ପ୍ରତିଯୋଗୀ ଏହି ପ୍ରତିଯୋଗିତାରୁ ଉତ୍ତମ ଅନୁଭୂତି ନେଇ ଫେରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ଏହି ପ୍ରତିଯୋଗିତାରେ ସବୁ ଦଳ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବେ ଏବଂ ଶ୍ରେଷ୍ଠତମ ଦଳ ଟ୍ରଫି ପାଇବ ବୋଲି ତାଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି । ସେ ମଧ୍ୟ ହକି ଇଣ୍ଡିଆ ଓ ଅନ୍ୟ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମରେ ଭାରତୀୟ ହକି (ହକି ଇଣ୍ଡିଆ) ମହାସଂଘର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଅନୁଷ୍ଠାନର ମହାସଚିବ ଶ୍ରୀ ଭୋଳାନାଥ ସିଂ, କୋଷାଧ୍ୟକ୍ଷ ତଥା ଆୟୋଜକ ରାଜ୍ୟ ତାମିଲନାଡୁ ହକି ମହାସଂଘର ସଭାପତି ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏମାନଙ୍କ ବ୍ୟତୀତ ଭାରତୀୟ ହକି ଅଲିମ୍ପିଆନ ହରବିନ୍ଦର ସିଂହ, ଅଶୋକ ଦିୱାନ, ଜାଫର ଇକ୍‌ବାଲ, ରୋମିଓ ଜେନ୍ସସ,ଏମ.ପି ସିଂହ,ଏଚ୍‌ପିଏସ୍ ଚିମାନି, ଓ ବିନୀତ କୁମାର ପ୍ରମୁଖ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

କାର୍ଯ୍ୟକ୍ରମ ଶେଷରେ ଟ୍ରଫିର ବିଭିନ୍ନ ରାଜ୍ୟ ଓ ସହର ଭ୍ରମଣ ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ଏହା ଦିଲ୍ଳୀ, ଚଣ୍ଡିଗଡ, ଗୁଆହାଟି, ପାଟନା, ଭୁବନେଶ୍ୱର, ରାଂଚି, ବେଙ୍ଗାଲୁର, ତ୍ରିଭେନ୍ଦ୍ରମ ଦେଇ ଆୟୋଜନକାରୀ ନଗରୀ ଚେନ୍ନାଇରେ ପହଞ୍ôଚବେ । ତାମିଲନାଡୁର ସବୁ ଜିଲ୍ଲା ସଦର ମହକୁମାକୁ ଟ୍ରଫିକୁ ନିଆଯିବ । ଏହି “ ପାସ୍ ଦି ବଲ୍ ଟ୍ରଫି ଟୁର” ଅଭିଯାନ ହକି ପ୍ରେମୀଙ୍କ ମଧ୍ୟରେ ଆଗ୍ରହ ବଢାଇବାକୁ ଆୟୋଜିତ ହୋଇଛି ।

ପୁରୁଷ ହକିର ଏହି ଏସିଆନ ଚାମ୍ପିଅନସିପ୍ ଟ୍ରଫିକୁ ପ୍ରସ୍ତୁତ କରିଛନ୍ତି ବିଶିଷ୍ଟ ଟ୍ରଫି ଡିଜାଇନର ସଂଜୟ ଶର୍ମା । ଏଥିରେ କଂସା, ପିତ୍ତଳ, ଆଲୁମିନିୟମ, ତମ୍ବାରେ ପ୍ରସ୍ତୁତ ସାମଗ୍ରୀ ସବୁ ବ୍ୟବହୃତ ହୋଇଛି । ଏହା ଉପରେ ସୁନ୍ଦର କ୍ରିଷ୍ଟାଲ ସହିତ ନିକେଲ ଓ ସୁନା ଛାଉଣୀ ସଯତ୍ନେ କରାଯାଇ ଏହାକୁ ଅତି ଆକର୍ଷଣୀୟ କରାଯାଇଛି । ଦେଖିବାକୁ ଓ ଡିଜାଇନ ଦୃଷ୍ଟିରୁ ଏହା ଅତ୍ୟନ୍ତ ଆକର୍ଷଣୀୟ ହୋଇଛି ।

 ଆସନ୍ତା ଅଗଷ୍ଟ ୩ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଚେନ୍ନାଇରେ ଆରମ୍ଭ ହୋଇ ସେ ମାସ ୧୨ ତାରିଖ ଯାଏ ଚାଲିବ। ଏହି ପ୍ରତିଯୋଗିତାରେ ଭାରତ ବ୍ୟତୀତ କୋରିଆ, ମାଲେସିଆ, ପାକିସ୍ତାନ, ଜାପାନ ଓ ଚୀନ ଭାଗ ନେଉଛନ୍ତି। ପ୍ରତ୍ୟେକ ଦିନରେ ମ୍ୟାଚକୁ ଷ୍ଟାର ସ୍ପୋର୍ଟ୍‌ସ ଚାନେଲ ମାଧ୍ୟମରେ ସିଧା ପ୍ରସାରଣ କରାଯିବ । ‘ଡିସ୍‌ନେ-ହଟ୍‌ଷ୍ଟାର’ ମଧ୍ୟ ଏହା ସିଧାପ୍ରସାରଣ କରିବ । ଭାରତ ବାହାରେ ଏହି ପ୍ରତିଯୋଗିତାର ମ୍ୟାଚ ସିଧା ଦର୍ଶକଙ୍କୁ ଦେଖାଇବାର ବ୍ୟବସ୍ଥା କରାଯାଇଛି । ଗଣମାଧ୍ୟମରେ ଆକ୍ରେଡିସନ ପାଇଁ ନିମ୍ନଲିଖିତ ଠିକଣାରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି:-

Leave A Reply

Your email address will not be published.