Latest Odisha News

ରାଜ୍ୟରେ ଦେଖାଦେଇଥିବା ଆଳୁ ସଙ୍କଟକୁ ନେଇ ବଡ଼ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ପଶ୍ଚିମବଙ୍ଗ ବେପାରୀ ଓଡ଼ିଶାକୁ ଆଳୁ ଦେବେ ନାହିଁ ବୋଲି ମନା କରିବା ପରେ ରାଜ୍ୟରେ ପୁଣି ଦେଖାଦେବ ଆଳୁ ସଙ୍କଟ । ଏନେଇ ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡାଙ୍କ ସୂଚନା ପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା ଆସିଛି ।

ମନ୍ତ୍ରୀ କହିଛନ୍ତି, ଆଳୁ କୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ପ୍ରାୟ ୪୮ ହଜାର କ୍ବିଣ୍ଟାଲ ଆଳୁ ମଗାଯାଇଛି । ଆସନ୍ତା ୫ ଦିନ ଭିତରେ ୨ଟି ଆଳୁ ଟ୍ରେନ ଓଡ଼ିଶାରେ ପହଞ୍ଚିବ । ଯଦି କୌଣସି ସ୍ଥାନରେ ବ୍ୟାପକ ଆଳୁ ଗଚ୍ଛିତ ରଖାଯିବା ନେଇ ଖବର ମିଳେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ବର୍ତ୍ତମାନ ଓଡିଶାକୁ ପଶ୍ଚିମବଙ୍ଗରୁ ଆଳୁ ନ ଆସି ଉତ୍ତରପ୍ରଦେଶରୁ ଆସୁଛି । ତେଣୁ ରାଜ୍ୟରେ ଗଚ୍ଛିତ ଥିବା ଆଳୁ ଆସନ୍ତା ୩ ଦିନ ମଧ୍ୟରେ ଶେଷ ହୋଇଯିବ । ଏହା ପରେ ରାଜ୍ୟରେ ପୁଣି ଆଳୁ ସଙ୍କଟ ଦେଖା ଦେଇପାରେ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ସୋମବାର ଏନେଇ ସୂଚନା ଦେଇଥିଲେ । ହେଲେ ଏହାକୁ ଖଣ୍ଡନ କରିଛନ୍ତି ଯୋଗାଣ ମନ୍ତ୍ରୀ ।

Comments are closed.