Latest Odisha News

BREAKING NEWS

ହ୍ୱାଇଟ୍ ହାଉସ୍‌ରୁ ବିଦା ହେଲେ ଭାରତୀୟ ବଂଶୋଦ୍ଭବ ନୀରା ଟ‌ଣ୍ଡ‌େନ

ୱାଶିଂଟନ୍: ଯୁକ୍ତରାଷ୍ଟ୍ରର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦଳରେ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା ଯେ ମଜୁ ଭାର୍ଗସେ ହ୍ବାଇଟ ହାଉସରେ ଏକ ବଡ଼ ଭୂମିକା ଗ୍ରହଣ କରିବେ। ତେବେ ଏହି ଆକଳନ ଅକାରଣରେ ନଥିଲା।

ବର୍ତ୍ତମାନ ନୀରାଙ୍କ ସ୍ଥାନରେ ପ୍ରବେଶ କରିଛନ୍ତି ଭାରତୀୟ ବଂଶୋଦ୍ଭବ ମଜୁ ଭାର୍ଗେସ। ମଜୁ ବାଇଡେନ ପ୍ରଶାସନରେ ସାମିଲ୍‌ ହୋଇଛନ୍ତି। ବିଶେଷ କଥା ହେଉଛି ରାଷ୍ଟ୍ରପତି ବାଇଡେନ ତାଙ୍କୁ ଏକ ସମୟରେ ନିଯୁକ୍ତ କରିଥିଲେ ଯେତେବେଳେ ଭାରତୀୟ ମୂଳ ନୀରା ଟଣ୍ଡନଙ୍କୁ ତାଙ୍କ କ୍ୟାବିନେଟରୁ ହଟାଇ ଦିଆଯାଇଥିଲା।

ଉଲ୍ଲେଖ ଥାଉ କି, ରାଷ୍ଟ୍ରପତି ବାଇଡେନ ମଙ୍ଗଳବାର ଦିନ ହ୍ବାଇଟ୍‌ ହାଉସର ବଜେଟ ନିର୍ଦ୍ଦେଶକ ହେବା ପାଇଁ ନୀରା ଟଣ୍ଡନଙ୍କ ନାମ ପ୍ରତ୍ୟାହାର କରିଛନ୍ତି। ଏହା ପଛର କାରଣ ହେଉଛି ଟ୍ୱିଟରରେ ପୋଲାରାଇଜିଂ ଟ୍ୱିଟ୍ ଏବଂ ବିବୃତ୍ତି।

ହ୍ବାଇଟ୍ ହାଉସ୍‌ରେ ନୀରା ଟଣ୍ଡନଙ୍କ ନାମ ପ୍ରତ୍ୟାହାର କରିନେବା ସମୟରେ ବାଇଡେନ ମଜୁ ଭାର୍ଗସେଙ୍କ ନିଯୁକ୍ତି ଘୋଷଣା କରିଥିଲେ। ବାଇଡେନଙ୍କ ଏହି ପଦକ୍ଷେପ ତାଙ୍କ ପ୍ରଶାସନରେ ସମାନ ସଂଖ୍ୟକ ଭାରତୀୟ ମୂଳ ଲୋକଙ୍କ ପାଇଁ ସଯୋଗ ସୃଷ୍ଟି କରିଛି। ବାଇଡେନଙ୍କ ଏହି ନିଷ୍ପତ୍ତି ଆମେରିକାରେ ରହୁଥିବା ଭାରତୀୟ ମୂଳ ଲୋକଙ୍କୁ ଆକର୍ଷିତ କରିବ।

Leave A Reply

Your email address will not be published.