ଝାରସୁଗୁଡ଼ା: ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ ଗଣମାଧ୍ୟକୁ ସୂଚନା ଦେଇ କହିଛନ୍ତି ଯେ, ଝାରସୁଗୁଡ଼ାରେ ଅନାଥ ଛୁଆଙ୍କ ଦାୟିତ୍ୱ ନେଇଛନ୍ତି ରାଜ୍ୟ ସରକାର । ଏନେଇ ଖୁବଶୀଘ୍ର ରାଜ୍ୟରେ ପୌଷ୍ୟ ସନ୍ତାନ ଯୋଜନା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି ।
ଏପ୍ରିଲ ପହିଲାରୁ ମାଗଣାରେ ଅନାଥ ଶିଶୁଙ୍କୁ ଶିକ୍ଷା ଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସିଏସଆର ପାଣ୍ଠି ବିନିଯୋଗରେ ଏହି ମାଗଣା ଶିକ୍ଷାଦାନ କରାଯିବ । ଏନେଇ ଜଲାପାଳଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି ।
କମିଟିରେ ଏମସିଏଲ କର୍ତ୍ତୃପକ୍ଷ, ମହିଳା ଓ ଶିଶୁ ବିକାଶ ଅଧିକାରୀଙ୍କ ସହ ଜିଲ୍ଲା ଶିକ୍ଷା ଅଧିକାରୀ ରହିବେ । ଏହାକୁ ନେଇ ଏକ ଟ୍ରଷ୍ଟ ବୋର୍ଡ ଗଠନ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।
Comments are closed.