ଭୁବନେଶ୍ବର: ଓଡ଼ିଶାରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱ ବିଦ୍ୟାଳୟ ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ସରକାରଙ୍କ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ୨୩୦୦ କୋଟି ଟଙ୍କାର ଯୋଜନା ଆରମ୍ଭ ହୋଇଛି । ବିଶ୍ୱ ମତ୍ସ୍ୟ ଦିବସରେ ସୂଚନା ଦେଲେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।
ସେହିପରି ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସମ୍ବଲପୁରରେ ୧୦୦ ଏକର ଜମିରେ ହେବ ଆକୁଆ ପାର୍କ । ଏବେ ରାଜ୍ୟର ଫୋକାସ୍ ମଧୁର ମାଛ ଉପରେ ରହିଛି । ମଧୁର ମାଛ ଉତ୍ପାଦନରେ ଆତ୍ମନିର୍ଭର ହେବ ଓଡ଼ିଶା । ସାରା ଦେଶରେ ଓଡ଼ିଶା ୪ ନମ୍ବରରେ ଥିବା ବେଳେ ରପ୍ତାନି ମଧ୍ୟ ବଢିଛି ।
ଆଗାମୀ ୫ ବର୍ଷରେ ମଧୁର ମାଛ ରପ୍ତାନି ପାଇଁ ଟାର୍ଗେଟ ରଖାଯାଇଛି । ଏଥିପାଇଁ ମତ୍ସ୍ୟ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବ । ବର୍ତ୍ତମାନ ରାଜ୍ୟରେ ୧୧.୫ ଲକ୍ଷ ମେଟ୍ରିକ୍ ଟନ ମଧୁର ମାଛ ଉତ୍ପାଦନ ହେଉଛି ।
ରାଜ୍ୟରେ ମୁଣ୍ଡ ପିଛା ୧୮ କିଲୋ ମାଛ ଲୋକ ଖାଉଛନ୍ତି । ରାଜ୍ୟରେ ଅଧିକ ମତ୍ସ୍ୟ ବଜାର, ଜେଟି ପ୍ରତିଷ୍ଠା ପାଇଁ କାମ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି ।