Latest Odisha News

BREAKING NEWS

ଆହୁରି ବିଳମ୍ୱ ହେବ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା: ମନ୍ତ୍ରୀ

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପାଇଁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡିବ ଭକ୍ତଙ୍କୁ । କାରଣ ଏଯାଏଁ ଆରମ୍ଭ ହୋଇନି ଧାଡି ଦର୍ଶନ ବ୍ୟବସ୍ଥା । ପରିଚାଳନା କମିଟିର ଅନୁମୋଦନ ଲୋଡା ରହିଛି । ନୂତନ କମିଟି ଗଠନ ହିଁ ରାମ୍ପ ଓ କାଠ ବ୍ୟାରିକେଡ୍ ସଂସ୍ଥାପନକୁ ଅନୁମତି ଦେବ । ଅନୁମୋଦନ ପରେ ଧାଡି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଆଜି ବିଧାନସଭାରେ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନ ଥିଲା ଯେ, ଶ୍ରୀମନ୍ଦିର ଧାଡି ଦର୍ଶନ ନେଇ ଗୃହରେ ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ, ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଜାନୁୟାରୀ ୨୦ତାରିଖରୁ ସମୟସୀମା ଦିଆଯାଇଥିଲା । ବର୍ତ୍ତମାନ ଶ୍ରୀମନ୍ଦିରରେ ଧାଡି ଦର୍ଶନ ଚାଲୁଛି ନା ନାହିଁ ? ଯଦି ଚାଲୁନି ତାର କାରଣ କ’ଣ ? କେବେଠାରୁ ଏହି ବ୍ୟବସ୍ଥା ଲାଗୁ ହେବ ?

ଯାହାର ଉତ୍ତରରେ ଆଇନ ମନ୍ତ୍ରୀ ତଥ୍ୟ ରଖି ଆହୁରି କହିଛନ୍ତି ଯେ, ଏହି ଧାଡି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ପାଇଁ ଶ୍ରୀମନ୍ଦିରର ବିଭିନ୍ନ ସେବାୟତ ନିଯୋଗ ଓ ସେବାୟତ ପ୍ରତିନିଧି ସହ ଆଲୋଚନା ହୋଇଛି ।

Comments are closed.