ଭୁବନେଶ୍ୱର: ଗତ ତିନି ବର୍ଷରେ ୧୦୧ ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ବିଧାନସଭାରେ ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ସେ କହିଛନ୍ତି ଯେ, ରାଜ୍ୟରେ ଗତ ୩ ବର୍ଷରେ ୧୦୧ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯାଇଥିବା ଶିଶୁମାନଙ୍କୁ ଥଇଥାନ କରିବା ପାଇଁ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯିବା ସହିତ ଶିଶୁ ଶ୍ରମିକ ନିଯୁକ୍ତିଦାତାମାନଙ୍କ ବିରୋଧରେ ୧୧୬ଟି ମକୋଦ୍ଦମା ଦାୟର କରାଯାଇଛି ।

ବିଧାୟିକା ଉପାସନା ମହାପାତ୍ର ପ୍ରଶ୍ନ କରିଥିଲେ ଯେ, ଗତ ତିନି ବର୍ଷରେ କେତେ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି ଏବଂ କେଉଁ କେଉଁ ଜିଲ୍ଲାରୁ କେତେ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି? ଏହାର ଉତ୍ତର ରଖି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହି ତଥ୍ୟ ରଖିଛନ୍ତି ।
Comments are closed.