Latest Odisha News

BREAKING NEWS

‘ଖୁବ୍ ଶୀଘ୍ର ସମୁଦ୍ରର ଲୁଣି ପାଣିକୁ କରାଯିବ ପିଇବା ଯୋଗ୍ୟ’

ଭୁବନେଶ୍ୱର: ଏବେ ସମୁଦ୍ର ପାଣି ହେବ ପାନୀୟ ଯୋଗ୍ୟ । ଏଥିପାଇଁ ରାଜ୍ୟ ସରକାର ନେଇଛନ୍ତି ନୂଆ ପଦକ୍ଷେପ । ଏନେଇ ଖୁବ୍ ଶୀଘ୍ର ଓଡ଼ିଶାକୁ ଆସିବ ଏକ କମ୍ପାନୀ । ପ୍ରଥମେ ଲୁଣି ପାଣିକୁ ପରୀକ୍ଷା କରାଯିବ । ପରେ ଏନେଇ ନିଷ୍ପତ୍ତି ନିଆଯାଇପାରିବ ବୋଲି ଆଜି ବିଧାନସଭାରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ ।

ମନ୍ତ୍ରୀ କହିଛନ୍ତି ଯେ, ବୈଜ୍ଞାନିକ ପଦ୍ଧତିରେ ଏହା ସମ୍ଭବ ହେବ । ଏହି ପ୍ରକ୍ରିୟାକୁ ଡିସାଲାଇନେସନ୍ କୁହାଯାଏ । ଏହି ପ୍ରକ୍ରିୟାରେ ସମୁଦ୍ର ଜଳରୁ ଦ୍ରବିଭୂତ ଖଣିଜ ଲବଣକୁ ଅଲଗା କରାଯାଇ ଏହାକୁ ପିଇବା ଯୋଗ୍ୟ ଓ କୃଷି କାର୍ଯ୍ୟରେ ବ୍ୟବହାର ଯୋଗ୍ୟ କରାଯାଇପାରିବ ।

ଭାରତର ତାମିଲନାଡ଼ୁରେ ମଧ୍ୟ ଏଭଳି ୨ଟି ପ୍ଲାଣ୍ଟ କାର୍ଯ୍ୟ କରୁଛି । ତେବେ ପ୍ରଥମ ଦେଶ ଭାବେ ଅଷ୍ଟ୍ରେଲିଆ ସମୁଦ୍ର ଜଳରୁ ବ୍ୟବହାର ଯୋଗ୍ୟ ପାଣି ଉତ୍ପାଦନ କରୁଥିଲା । ୧୯୯୭ରୁ ୨୦୦୯ ମସିହା ମଧ୍ୟରେ ଉତ୍କଟ ଜଳାଭାବ ସମୟରେ ଅଷ୍ଟ୍ରେଲିଆ ଏହି ପ୍ରିକ୍ରିୟା ଆରମ୍ଭ କରିଥିଲା ।

ଏହାପରେ ସାଉଦି ଆରବ, ୟୁଏଇ, କୁଏତ, କତାର ଆଦି ମରୁ ଦେଶ ଗୁଡିକ ପାନୀୟ ଜଳାଭାବକୁ ଦୂର କରିବା ପାଇଁ ଏହି ପଦ୍ଧତି ଆପଣାଇଛନ୍ତି ।

Comments are closed.