Latest Odisha News

BREAKING NEWS

କୁକୁରଙ୍କ ପାଇଁ ଶ୍ମଶାନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଆଜି ବିଧାନସଭାରେ ନଗର ଉନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, କୁକୁରଙ୍କ ପାଇଁ ଶ୍ମଶାନ କରାଯିବ । ଟ୍ବିନ ସିଟି ସମେତ ରାଜ୍ୟର କିଛି ପ୍ରମୁଖ ସହରରେ ଶ୍ମଶାନ କରାଯିବ ।

ଯଦିଓ ଏବେ ଯାଏ ବିଭାଗ ଏ କଥାକୁ ବିଚାର କରି ନାହିଁ । ଆଗକୁ ପରିବେଶ ଦିଗ ଏବଂ ଜନସ୍ୱାସ୍ଥ୍ୟ ସୁବିଧାକୁ ମୂଲ୍ୟାଙ୍କନ କରି ସମ୍ପୃକ୍ତ କ୍ଷେତ୍ରର ହିତାଧିକାରୀ ଏବଂ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଏଭଳି ସୁବିଧା ସୃଷ୍ଟି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ନଗର ଉନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଲିଖିତ ଭାବେ ଏହା କହିଛନ୍ତି । ଏହା ସହ ବିଧାୟିକାଙ୍କ ଏହି ପ୍ରସ୍ତାବକୁ ସେ ପ୍ରଶଂସନୀୟ ବୋଲି ମଧ୍ୟ କହିଛନ୍ତି ।

Comments are closed.