Latest Odisha News

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନୂଆ ପରିକଳ୍ପନା; ଟ୍ୱିନ ସିଟି ହେବ ଟ୍ରିପଲ୍ ସିଟି

ଭୁବନେଶ୍ୱର: ଟ୍ୱିନ ସିଟି ହେବ ଟ୍ରିପଲ୍ ସିଟି । ଦ୍ୱୈତ ନଗରୀ କଟକ-ଭୁବନେଶ୍ୱର ସହ ଯୋଡ଼ି ହେବ ପୁରୀ । ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ସମୀକ୍ଷା ବୈଠକରେ ଏଭଳି କହିଛନ୍ତି ମନ୍ତ୍ରୀ କୁଷ୍ଣଚନ୍ଦ୍ର ମହାପାତ୍ର ।

ମନ୍ତ୍ରୀ କହିଛନ୍ତି ଯେ, ଟ୍ରିପଲ ସିଟି ହେବା ଦ୍ୱାରା ବଢ଼ିବ ସହରର ଆକାର । ଗମନାଗମନ ସୁବିଧା ସହ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ହେବ । ଟ୍ବିନ ସିଟି ସହ ପୁରୀ ଯୋଡି ହେଲେ ଏହା ଏପରି ଏକ ସହର ହେବ ଯାହା ବିଶ୍ବରେ ଏକ ନମ୍ବର ସ୍ଥାନ ହାସିଲ କରିବ । ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନୂଆ ପରିକଳ୍ପନା ଆରମ୍ଭ କରିଛି ବୋଲି ମନ୍ତ୍ରୀ କହିଛନ୍ତି ।
ଏହା ସହିତ ବୈଠକରେ ସହର ଗୁଡିକର ସ୍ବଚ୍ଛତା ଓ ଆବଶ୍ୟକତା ଉପରେ ବିଶେଷ ଧ୍ୟାନ ଦେବାକୁ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ।

Comments are closed.