ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଗଠନ ହେବନି କୌଣସି ପଞ୍ଚାୟତ କି ବ୍ଲକ୍ । ୨୫୦୧ ଗାଁର ପଡା ଗାଁ ମାନ୍ୟତା ଆବେଦନ ଖାରଜ କରିଛି ରାଜସ୍ୱ ବିଭାଗ । ୫ ହଜାର ୫୬୬ ଗାଁକୁ ପଡା ଗାଁ ମାନ୍ୟତା ଦେବାକୁ ରାଜସ୍ୱ ବିଭାଗ ପାଖରେ ଆବେଦନ ହୋଇଥିଲା । ଅବଶିଷ୍ଟ ୧୧୭୭ ଗାଁର ପ୍ରସ୍ତାବ ବିଚାରାଧୀନ ଅଛି ବୋଲି ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ଏହାସହ ରାୟଗଡାରୁ ସର୍ବାଧିକ ୨୫୬, ମାଲକାନଗିରିରୁ ୨୩୫, ଗଜପତିରୁ ୨୩୩, ଗଞ୍ଜାମର ୨୦୦ ଗାଁକୁ ପଡା ଗାଁ କରିବାର ଆବେଦନ ଖାରଜ ହୋଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।