Latest Odisha News

BREAKING NEWS

ଅନୁସୂଚିତ ଜାତି ତଥା ପଛୁଆବର୍ଗଙ୍କ ବିକାଶକୁ ତ୍ୱରାନ୍ୱିତ କରିବା ନିମନ୍ତେ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଜନଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ବିଭାଗୀୟ ଅଧିକାରୀ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁ ମାନ୍ୟବର ମନ୍ତ୍ରୀଙ୍କୁ ସମସ୍ତ ଅଧିକାରୀଙ୍କ ସହ ପରିଚୟ କରାଇବା ସହ ବିଭାଗର ବିଭିନ୍ନ କାର୍ଯ୍ୟ ସମ୍ବନ୍ଧରେ ସଂକ୍ଷିପ୍ତରେ ଅବଗତ କରାଇଥିଲେ ।

ଏହି ଅବସରରେ ସମସ୍ତେ ମିଳିମିଶି ବିଭାଗର କାର୍ଯ୍ୟ ସକାରାତ୍ମକ ଭାବରେ ସଂପାଦନ କରିବାସହ ଜନଜାତି, ଅନୁସୂଚିତ ଜାତି ତଥା ପଛୁଆବର୍ଗଙ୍କ ବିକାଶକୁ ତ୍ୱରାନ୍ୱିତ କରିବା ନିମନ୍ତେ ଏକ ଦୂରଦର୍ଶୀ ଯୋଜନା ରୂପରେଖ ଦସ୍ତାବିଜ (ରୋଡମ୍ୟାପ ଏବଂ ଭିଜନ ଡକୁମେଣ୍ଟ) ପ୍ରସ୍ତୁତ କରିବାକୁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏହି ସମୟରେ ବିଭାଗୀୟ କମିଶନର ଶ୍ରୀମତୀ ସାହୁଙ୍କ ସମେତ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ, ପରିଚାଳନା ନିର୍ଦ୍ଦେଶକ ଓଏସଏଫଡିସି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପ୍ରଧାନ, ଅଧ୍ୟକ୍ଷ ଓଏସସିବିସି ସୀତାଂଶୁ ରାଉତ, ଅନୁସୂଚିତ ଜାତି କଲ୍ୟାଣ ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, ଓବିସି ନିଦ୍ଦେର୍ଶକ, ଯୁଗଳେଶ୍ୱରୀ ଦାସ, ବିତ୍ତ ପରାମର୍ଶଦାତା ଅକ୍ଷୟ କୁମାର ପାଟ୍ଟଯୋଶୀ, ପ୍ରକଳ୍ପ ନିର୍ଦ୍ଦେଶକ, ଓପିଇଏଲଆଇପିନାରାୟଣ ଚନ୍ଦ୍ର ଧଳ, ଜେନେରାଲ୍ ମ୍ୟାନେଜର୍ ଓଏସଏଫଡିସି ଇତିଶ୍ରୀ ଦାସ ତଥା ବିଭାଗୀୟ ପଦାଧୀକାରୀଗଣ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।

Leave A Reply

Your email address will not be published.