Latest Odisha News

ଲଖିମପୁର ଖେରିରେ ଗାଡ଼ି ଚଢାଇ ଚାଷୀଙ୍କୁ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଜେଲରୁ ବାହାରିଲେ

ଉତ୍ତରପ୍ରଦେଶ: ଲଖିମପୁର ଖେରି ହିଂସା ଘଟଣା । ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ମିଳିଲା ଜାମିନ୍ । ଜାମିନ୍ ପରେ ସେ ଆଜି ଜେଲରୁ ବାହାରିଛନ୍ତି । ୫ଦିନ ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଥିଲେ । ଏହି ମାମଲାରେ ଆଶିଷ ମିଶ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ ରହିଛି । ଆଶିଷଙ୍କୁ ଜାମିନ ମିଳିବା ପରେ ରାଜନୈତିକ ଦଳଗୁଡ଼ିକ ଏହାକୁ ବିରୋଧ କରିଛନ୍ତି । ଯୋଗୀ ସରକାର ଓ ପୋଲିସ ଉପରେ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ବିରୋଧୀ ଦଳ ।

ଏନେଇ କଂଗ୍ରେସର ମହା ସଚିବ ପ୍ରିୟଙ୍କା ଗାନ୍ଧି କହିଛନ୍ତି ‘ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଜାମିନ ମିଳିବା ଅର୍ଥ ସରକାର ଏବଂ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି ।

ସୂଚନା ଥାଉକି, ୨୦୨୧ ଅକ୍ଟୋବର ୩ରେ ଉତ୍ତରପ୍ରଦେଶର ଲଖିମପୁର ଖେରିରେ ଚାଷୀମାନେ ଆନ୍ଦୋଳନ କରୁଥିଲେ । ଏହି ସମୟରେ ତାଙ୍କ ଉପରକୁ ଗାଡ଼ି ଚଢାଇ ଦିଆଯାଇଥିଲା । ଏଥିରେ ୪ଜଣ ଚାଷୀ ଓ ଜେଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିଲା । ଘଟଣା ପରେ ସୃଷ୍ଟି ହୋିଥିବା ହିଂସାରେ ଆଉ ୩ଜଣ ପ୍ରାଣ ହରାଇଥିଲେ ।

ଗାଡ଼ି ଚଡ଼ାଇ ଚାଷୀଙ୍କୁ ହତ୍ୟା କରାଯିବା ପଛରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ପୁଲିସ୍ ଆଶିଷଙ୍କ ସମେତ ଏକାଧିକ ଲୋକଙ୍କୁ ଗିରଫ କରି ଘଟଣାର ତଦନ୍ତ କରିଥିଲା।

Comments are closed.