Latest Odisha News

BREAKING NEWS

ପାର୍ବଣରୁ ବଦଳିବ ରାଜନୈତିକ ପାଣିପାଗ

ଭୁବନେଶ୍ୱର :  ନଭେମ୍ୱର ମାସ ଶେଷ ଅକ୍ଟୋବର ମାସ ପହିଲାରୁ ରାଜ୍ୟରେ ରାଜନୈତିକ ପାଣିପାଗ ବଦଳିବ  । ରାଜ୍ୟରେ ପାର୍ବଣ ଋତୁର ପୂଜା ଉତ୍ସବ ସହ ରାଜନୈତିକ ଗତିବିଧି ମଧ୍ୟ ବଢ଼ିବା ଆରମ୍ଭ ହୋଇଛି । ଶାସକ ବିଜେଡି ସହ ଉଭୟ ବିରୋଧି ବିଜେପି ଓ କଂଗ୍ରେସ ନିଜ ନିଜର ସାଂଗଠନିକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ଆସନ୍ତା ୨୯ ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଓଡ଼ିଶା ଆସୁଛନ୍ତି  । ଅକ୍ଟୋବର ୨ ତାରିଖରୁ ବିଜେପି ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିବାର ସୂଚନା ମିଳିଛି। ମୁଖ୍ୟତଃ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ କଣ ରହିବ ଦଳର ରଣନୀତି, କିଭଳି ବିଭିନ୍ନ ବର୍ଗର ଲୋକଙ୍କ ପାଖରେ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାର ସୁଫଳ ପହଞ୍ଚି ପାରିବ ତାହା ଉପରେ ବିସ୍ତୃତ ଆଲୋଚନା କରାଯିବ ।

କଂଗ୍ରେସର ‘ଭାରତ ଯୋଡ଼ୋ’ର ଓଡ଼ିଶା ସଂସ୍କରଣ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ  ହେବା ସହ ବିଭିନ୍ନ କମିଟି ଗଠନ କରି ଓଡିଶାରେ ପଦଯାତ୍ରାକୁ ସଫଳ କରିବାକୁ ଯୋଜନା ପ୍ରସ୍ତୁତି କରିଛି କଂଗ୍ରେସ  ।  ଅକ୍ଟୋବର ୩୧ରୁ ଭୁବନେଶ୍ୱର ଇନ୍ଦିରା ଗାନ୍ଧି ପାର୍କରୁ ଏହି ଯାତ୍ରା ଆରମ୍ଭ ହେବ। ଏହି ଯାତ୍ରା କ୍ରମରେ ଓଡ଼ିଶାରେ ୨,୨୫୦ କି.ମି. ପଦଯାତ୍ରା ହେବ  । ଓଡ଼ିଶାରେ ପଦଯାତ୍ରା କେବଳ ବିଜେପିକୁ ଟାର୍ଗେଟ୍ କରି ନୁହେଁ ବରଂ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରି ଓଡ଼ିଶାରେ ପଦଯାତ୍ରା କରିବୁ ବୋଲି ଜୟରାମ ରମେଶ କହିଥିଲେ ।

ବିଜୁ ଜନତା ଦଳ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ୱର ୨ ପର୍ଯ୍ୟନ୍ତ ଏକ ମାସଧରି ଜନ ସମ୍ପର୍କ ପଦଯାତ୍ରା ପାଳନ କରିବ   । ସାଂଗଠନିକ ପୁନର୍ଗଠନ ପ୍ରକ୍ରିୟା ଏବେ ପ୍ରାୟତଃ ଶେଷ ପର୍ଯ୍ୟୟରେ ପହଞ୍ଚିଛି, ଛାତ୍ରମାନଙ୍କୁ ସଂଗଠିତ କରିବା ପାଇଁ ଦଳ ପକ୍ଷରୁ କଲେଜମାନଙ୍କରେ କ୍ୟାମ୍ପସ କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦଳର ଛାମୁଆ ସଂଗଠନର ନବକଳେବର କରାଯାଇଛି।  ବିଜେଡିର ସମସ୍ତ ସଙ୍ଗଠନ ଏହି ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହେବେ ।ଏହି  ଜନ ସମ୍ପର୍କ ପଦଯାତ୍ରା  ଜିଲ୍ଲା ସ୍ତରରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀ , ନଗର ପଞ୍ଚାୟତ , ଏବଂ ୱାର୍ଡ଼ ପର୍ଯ୍ୟନ୍ତ ପ୍ରତ୍ୟକ ସ୍ତରରେ ଜନ ସମ୍ପର୍କ ପଦଯାତ୍ରା  ପାଲନ କରିବ  ।

ପାର୍ବଣ ଆରମ୍ଭରୁ  ତିନି ପ୍ରମୁଖ ଦଳର ରାଜନୈତିକ ଗତିବିଧି ଓ ପ୍ରସ୍ତୁତିରୁ ଯାହା ଜଣା ପଡୁଛି  ସଭିଙ୍କ ନଜର ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖରେ ପହଁଚି ନିଜ ନିଜ ଦଳ ପାଇଁ ଶକ୍ତି ସଂଗ୍ରହ କରିବା । ତେବେ  ଆଉ କିଛିଦିନର ବ୍ୟବଧାନ ପରେ ରାଜ୍ୟ ରାଜନୀତିର ରାଜନୈତିକ ପାଣିପାଗ ବଦଳିବା ସହ ରାଜନୈତିକ ଦୋଷ ଲଦା ଲଦି ସହ ନୂଆ ନୂଆ ଘଟଣାବଳୀ ଦେଖିବାକୁ ମିଳିବ ବୋଲି ରାଜନୈତିକ ସମୀକ୍ଷକ ମାନେ ପୂର୍ବାନୁମାନ କରୁଛନ୍ତି  । ଯାହାର ମୁଖ୍ୟଲକ୍ଷ ରହିଛି ୨୦୨୪ ସାଧାରଣ ନିର୍ବାଚନର ବୈତରଣୀକୁ ସଫଳତାର ସହ ପାରକରିବା  ।

 

 

 

 

Leave A Reply

Your email address will not be published.